ରାଇରଙ୍ଗପୁର ଠାରେ ଭଞ୍ଜସେନାରେ ମିଶିଲେ ଶତାଧିକ ଯୁବ ସଂଗଠକ

Advertisment
ରାଇରଙ୍ଗପୁର ଠାରେ ଭଞ୍ଜସେନାରେ ମିଶିଲେ ଶତାଧିକ ଯୁବ ସଂଗଠକ

Sambad

ରାଇରଙ୍ଗପୁର: ମୟୂରଭଞ୍ଜକୁ ପୁନଃର୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି କରୁଥିବା ସଂଗଠନ ‘ଭଞ୍ଜସେନା’ର ଆନ୍ଦୋଳନକୁ ସମର୍ଥନ ଜଣାଇ ବାମନଘାଟି ଉପଖଣ୍ଡର ଶତାଧିକ ଆଦିବାସୀ ଯୁବ ସଂଗଠକ ଆଜି ରାଇରଙ୍ଗପୁର ସ୍ଥିତ ପିସିଏମ କଲ୍ୟାଣୀ ମଣ୍ଡପଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି। ଭଞ୍ଜସେନା ଅଧକ୍ଷ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲା ଉପସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବ ଶାଖା କାର୍ଯ୍ୟକାରୀ ସଭାପତି ସାଦନା ସର୍ଦାର, ବାମନଘାଟି ଉପଖଣ୍ଡ ସଭାପତି ଇଂ. ରମଜାନ ବେଗ ଓ ରାଇରଙ୍ଗପୁର ସହର ଛାତ୍ର ଶାଖା ସଭାପତି ଶିବରାଜ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଉକ୍ତ ମିଶ୍ରଣ ପର୍ବରେ ଯୁବ ସଂଗଠକ ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ଆକାଶ ମୁଣ୍ଡା, ଚନ୍ଦନ ବାସ୍କେ, ଖୀଧୁ ମାରାଣ୍ଡି, ଭାଗବତ ହେମ୍ବ୍ରମ, ରାମଚନ୍ଦ୍ର ମାରାଣ୍ଡି, ମୋହନଲାଲ ହେମ୍ବ୍ରମ, ମାନସ ମୁର୍ମୁ, ବିଘ୍ନେଶ୍ୱର ବାସ୍କେ, ଫାଗୁ ଟୁଡୁ, ଅନ୍ତୁ ମୁର୍ମୁ, ସୁନାରାମ ମାଝୀ, ବଡ଼ପାଲସା ଗ୍ରାପର ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ମୁର୍ମୁଙ୍କ ସହିତ ଜାମଦା ବ୍ଲକ ବିଜେଡି ଆଇଟି ସେଲ ବ୍ଲକ ସଂଯୋଜକ ଅଭିମନ୍ୟୁ ସାହୁ, ଓ ଦୁର୍ଗା ସର୍ଦାର, ଦୁନ୍ଦୁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଏମ. ଡି. ୱାଜିଦ, ଏମ ଡି ସୁଲେମାନ ପ୍ରମୁଖଙ୍କ ସହିତ ଶତାଧିକ ଯୁବ ସଂଗଠକ ମାନେ ବିଧିବଦ୍ଧ ଭାବରେ ଭଞ୍ଜସେନାରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ବାମନଘାଟି ଉପଖଣ୍ଡର ଆହୁରି ବହୁ ସଂଗଠକ ଭଞ୍ଜସେନାରେ ସାମିଲ ହେବେ ବୋଲି ଜିଲ୍ଲା ସଭାପତି ପିଣ୍ଟୁ ମାଈତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଜ୍ଝ ଶେଷରେ ଭଞ୍ଜସେନା ଅଧକ୍ଷ ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe