ସାଇବର ଠକେଇର ଶିକାର ହେଲେ ଯୁବକ

Advertisment
ସାଇବର ଠକେଇର ଶିକାର ହେଲେ ଯୁବକ

Sambad

ବୈପାରିଗୁଡା:  କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧିନସ୍ଥ ଦଶମନ୍ତପୁର ଗ୍ରାମର ସନ୍ତୋଷ ପ୍ରଧାନୀ ନାମକ ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଜଣାପଡିଛି। ଏନେଇ ସେ ବୈପାରିଗୁଡା ଥାନାରେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ଅଭିଯୋଗ ଯେ, ଗତ ଆଠ ତାରିଖ ଦିନ ବଜାଜ ଫାଇନାନ୍ସ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇ ୠଣ, ଆବଶ୍ୟକ କି ବୋଲି ଫୋନ ମାଧ୍ୟମରେ ପଚାରିଥିଲେ। ଯଦି ଆବଶ୍ୟକ ତେବେ ପ୍ରଥମେ ୨୫୦୦ ଟଙ୍କା ଫୋନ୍ ନମ୍ବର ୯୩୩୪୭୦୩୨୧୪ ରେ ପେଟିଏମ୍ କରିବା ପାଇଁ କହିଥିଲେ। ଏହି ଫୋନ୍ ନମ୍ୱରଟି କମ୍ପାନିର ବୋଲି କହିବାରୁ ଏବଂ ସନ୍ତୋଷଙ୍କ ଟଙ୍କାର ଆବଶ୍ୟକତା ଥିବାରୁ ଉପରୋକ୍ତ ଫୋନ୍ ନମ୍ବରରେ ପେଟିଏମ୍ କରିଥିଲେ। ପରେ ପୁଣିଥରେ ଫୋନ୍ ଯୋଗେ ଜଣାଇ ଦିଆଗଲା ଯେ, ତାଙ୍କର ଏକ ଲକ୍ଷ ଟଙ୍କା ଋଣ ମଞ୍ଜୁର ହୋଇଯାଇଛି।

ତେବେ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ଜଣାଇବାରୁ ସନ୍ତୋଷ ଦୁଇଟି କିସ୍ତିରେ ପାଞ୍ଚ ହଜାର ଏବଂ ତିନି ହଜାର ତିନିଶହ ଟଙ୍କା ପେଟିଏମ୍ ଯୋଗେ ପୈଠ କରିଥିଲେ। ତେବେ ଫୋନ୍ ଯୋଗେ ସନ୍ତୋଷକୁ ଜଣାଇ ଦିଆଗଲା ଯେ, ଏକାଥରକେ ଟଙ୍କା ପୈଠ ନକରି ଦୁଇଟି କିସ୍ତିରେ ପୈଠ କରିଥିବାରୁ ଋଣ ନାମଞ୍ଜୁର ହୋଇଯାଇଛି। ତେଣୁ ଏକକାଳୀନ ୮୩୦୦ ଟଙ୍କା ପୈଠ କଲେ ୠଣ ମଞ୍ଜୁର କରାଯିବ। ତେବେ ସନ୍ତୋଷ ଏଥିରେ ସନ୍ଦେହ ପ୍ରକାଶ କରିବା ସହ ଆଗକୁ ଯୋଗାଯୋଗ କରି ନଥିଲେ। ସେ ଜାଣିପାରିଲେ ଯେ ସାଇବର ଠକେଇର ଶିକାର ହୋଇ ସାଇଛନ୍ତି। ଆଜି ବୈପାରିଗୁଡା ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe