ଅସଦାଚରଣ ମାମଲାରେ ଜେଲ ଗଲେ ଯୁବକ

Advertisment
ଚାକରାଣୀଙ୍କୁ ଆର୍‌ଏସ୍‌ପି କର୍ମଚାରୀଙ୍କ ଅସଦାଚରଣ ଉଦ୍ୟମ, ଅଭିଯୁକ୍ତ ଅଟକ

Pragativadi

ଧଉଳି:ଧଉଳି ଥାନା ପୁଲିସ ଜଣେ ମହିଳାଙ୍କୁ ଅସଦାଚରଣ କରିବା ମାମଲାରେ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲା ରମାକାନ୍ତ ସ୍ବାଇଁ ଓରଫ ମାଧବ (୩୨) । ତେବେ ଜାମିନ ନାମଂଜୁର ହେବାରୁ ମାଧବକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି ।

ମାଧବ ନାମରେ ସଂପୃକ୍ତ ମହିଳା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ଥାନାରେ ନଂ ୨୦୬/୨୦ ରେ ଏକ ମାମଲା ରୁଜୁ ହୋଇଛି ।

ମାଧବ ବିବାହିତ ହୋଇଥିବାବେଳେ ଗତକାଲି ପୂର୍ବାହ୍ନରେ ମହିଳା ଜଣକ ଦୟାନଦୀ ଘାଟରେ ଗାଧୋଇ ସାରି ଲୁଗା ବଦଳୁଥିଲେ । ତାଙ୍କ ଏକୁଟିଆର ସୁଯୋଗ ନେଇ ସେତିକି ବେଳେ ମାଧବ ମହିଳାଙ୍କୁ ଜାବୁଡ଼ି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମାଧବଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe