ଖୋର୍ଦ୍ଧା ଶିଳ୍ପାଞ୍ଚଳ ଜମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ମୃତଦେହ ସହ ଭୁବନେଶ୍ବର ଲିଙ୍କ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଶିଳ୍ପାଞ୍ଚଳ ନିକଟ ପିତାପଲ୍ଲୀ ଆପ୍ରୋଚ ସଡ଼କ ପାର୍ଶ୍ବରେ ପେଟ୍ରୋଲ୍‌ ପମ୍ପ ନିକଟ ଚାଷ ଜମି ମଧ୍ୟରେ ଗତକାଲି ଶୁକ୍ରବାର ଏକ ଯୁବକର ଗଳିତ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଏହାର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୁବକର ପରିଚୟ ମିଳି ପାରିନାହିଁ। ଗତକାଲି ଶୁକ୍ରବାର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ମୃତ ଶରୀରରେ କୌଣସି ପୋଷାକ ନଥିଲା। ତେବେ ନିକଟରେ ପଡ଼ିଥିବା ପ୍ୟାଣ୍ଟ-ସାର୍ଟ‌ର ପର୍ସରୁ ଏକ ୧୨-୧୩ ବର୍ଷର ଝିଅର ‌ଫଟୋ ମିଳିଥିଲା। ଆଜି ଶନିବାର ମୃତ ଶରୀରର ବ୍ୟବଚ୍ଛେଦ କରାଯିବା ପରେ ତାକୁ ନିୟମାନୁସାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖା ଯାଇଛି। ୯୬ ଘଣ୍ଟା ପରେ ଯଦି କୌଣସି ଦାବିଦାର ନଆସନ୍ତି ତେବେ ଏହାର ଦାହ ସଂସ୍କାର କରାଯିବ। ବର୍ତ୍ତମାନ ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ତେବେ ତା’ ନିକଟରୁ ମିଳିଥିବା ଝିଅର ଫଟୋକୁ ସୂତ୍ର କରି ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି। ଏହାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ପୁଲିସ ଥାନାକୁ ପଠାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଶବ ନିକଟରୁ ମିଳିଥିବା ଝିଅର ଫଟୋକୁ ଦେଖି ଭୁବନେଶ୍ବରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରୁ ଫ‌ୋନ୍‌ ଆସିଛି। ସୂଚନା ପାଇ ଖୋର୍ଦ୍ଧା ପୁଲିସ ଭୁବନେଶ୍ବର କମିସନରେଟ ପୁଲିସ ସହ ଯୋଗାଯୋଗ କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାଯାଇଛି। ତେବେ ଏହି ଘଟଣା ନେଇ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଆରକ୍ଷୀ ଅଧୀକ୍ଷକଙ୍କ ଯାଏଁ କେହି ମୁହଁ ଖୋଲି ନାହାନ୍ତି। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏନେଇ ସୂଚନା ଦେଇ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ଏହାକୁ ଶୀଘ୍ର ପଠାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିଛନ୍ତି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତେବେ ମୃତ ଦେହର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏନେଇ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe