ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟାକଲା ନିଶାସକ୍ତ ଯୁବକ

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ତିର୍ତ୍ତୋଲ: ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟା କଲା ନିଶାସକ୍ତ ଯୁବକ। ଯୁବକକୁ ଅଟକାଇବାକୁ ଯାଇ ଦୁଇଜଣ ଗୁରୁତର ଆହତ।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ହିତରଣା ଗ୍ରାମରେ।ହିତରଣା ଗ୍ରାମର ବଟକୃଷ୍ଣ ବିଶ୍ୱାଳଙ୍କ ପୁଅ ସୁବାଷ ବିଶ୍ୱାଳ ସେହି ଗ୍ରାମର ୫୫ବର୍ଷ ବୟସ୍କ ବିନୋଦ ଦାସଙ୍କୁ ଗାଁ ଦାଣ୍ଡରେ ଅତର୍କିତ ଆକ୍ରମଣ କରି କୁରାଢୀରେ ମୁଣ୍ଡକୁ ହାଣି ଦେଇଥିଲା।

ଆକ୍ରମଣ ବେଳେ ଯୁବକକୁ ଅଟକାଇବାକୁ ଯାଇଥିବା ତାର ଭାଉଜ ଜାନକୀ ବିଶ୍ୱାଳକୁ ମାଡମାରି ଅଣ୍ଟା ଗୋଡ ଭାଙ୍ଗିଦେଇଥିବା ବେଳେ ଅନ୍ୟଜଣେ ବିଷ୍ଣୁ ଚରଣ ପଲେଇଙ୍କୁ ହାଣିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣା ଆଜି ସକାଳ ୯ ଘଟିକାରେ ଘଟିଛି। ସମସ୍ତଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ବିନୋଦ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇଜଣ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସୁବାସ ବିଶ୍ୱାଳକୁ ପୁଲିସ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe