ବୃଦ୍ଧାଶ୍ରମରେ ଅସହାୟ ବୃଦ୍ଧାଙ୍କ ଦେହାନ୍ତ; ଶବଦାହ କଲେ ଯୁବଗୋଷ୍ଠୀ

Advertisment
ବୃଦ୍ଧାଶ୍ରମରେ ଅସହାୟ ବୃଦ୍ଧାଙ୍କ ଦେହାନ୍ତ; ଶବଦାହ କଲେ ଯୁବଗୋଷ୍ଠୀ

Sambad

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ସେତୁ ବୃଦ୍ଧାଶ୍ରମରେ ଆଜି ଜଣେ ଅସହାୟ ବୃଦ୍ଧା ସମାରୁ ବାଗଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଂକର ବୟସ ୬୮ ହେବ। ସମାରୁ କୋରକୋଣ୍ଡା ଗ୍ରାମର ନିବାସୀ ଅଟନ୍ତି। ତାଂକର କେହି ପୁଅ ନଥିବା ବେଳେ ଜଣେ ମାତ୍ର ଝିଅ। ଝିଅ ଅନ୍ୟତ୍ର ବାହା ହୋଇ ଚାଲିଯାଇଥିବାରୁ ଅସହାୟ ସମାରୁ ଏବଂ ତାଂକ ପତ୍ନୀ ବୃଦ୍ଧା ଅବସ୍ଥାରେ କାମ କରିନପାରି ବହୁ ହଇରାଣ ହେଉଥିଲେ। ତେବେ ମାଲକାନଗିରି ସେତୁ ବୃଦ୍ଧାଶ୍ରମ କଥା ଜାଣିବା ପରେ ସେ ଏଠାକୁ ଆସି ଆଶ୍ରୟ ନେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଜୟପୁରର ଦୀପକ ରଂଜନ ଦାସ ମାଲକାନଗିରି ଆସି ନିଜ ଉଦ୍ୟମରେ ବୃଦ୍ଧାଶ୍ରମ ନିର୍ମାଣ କରିଥିଲେ। କୌଣସି ସରାକରୀ ସହାୟତା ନପାଇସେ ବହୁ କଷ୍ଟରେ ଏହି ବୃଦ୍ଧାଶ୍ରମକୁ ଚଳାଉଥିଲେ।

publive-image Sambad

ତେବେ ଏହି ଖବର ସମାଜସେବୀ କେ. ଦେଶୀରାଜୁ ଆଚାରୀ ଜାଣିବା ପରେ ସେ ତାଂକୁ ସହଯୋଗର ହାତ ବଢାଇଥିଲେ। କେ.ଦେଶିରାଜୁ ଆଚାରି ନିଜର ସାଂଗସାଥିଙ୍କୁ ନେଇ ସେ ଗତ ଦୁଇ ବର୍ଷ ହେଲା ଏହି ବୃଦ୍ଧାଶ୍ରମକୁ ସହଯୋଗ କରିଆସୁଛନ୍ତି। ତେବେ ସମାରୁ ଗତ କିଛି ଦିନ ତଳେ ଅସୁସ୍ଥ ହେବାରୁ ତାଂକୁ ମାଲାକନଗିରି ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାଂକର ଚିକିତ୍ସା କରାଯିବା ପରେ ପୁଣି ବୃଦ୍ଧାଶ୍ରମକୁ ପଠାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ତେବେ ଆଜି ସକାଳେ ତାଂକର ମୃତ୍ୟୁ ହୋଇଯାଇଥିବା କେ. ଦେଶିରାଜୁ ଆଜାରୀ ଜାଣିବା ପରେ ତୁରନ୍ତ ନିଜର ସହଯୋଗୀ ସୌମ୍ୟ ରଂଜନ ପରିଡା, ବିନାଶ ମିଶ୍ର, ପର୍ଶୁରାମ, ଦୁଃଖୀ ଭାଇ ପ୍ରମୁଖ ମିଶି ସମାରର ଶବ ସତ୍କାର କରିଥିଲେ। ଏହି ଯୁବକମାନଙ୍କର ଏହି ବଦାନ୍ୟତା ପାଇଁ ସାଧାରଣରେ ସେମାନଙ୍କୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe