୮ ବର୍ଷ ପରେ ନିଖୋଜ ଯୁବକ ଘରକୁ ଫେରିଲେ

Advertisment
୮ ବର୍ଷ ପରେ ନିଖୋଜ ଯୁବକ ଘରକୁ ଫେରିଲେ

ଲାଠୋର: ନିଖୋଜ ହେବାର ଆଠବର୍ଷ ପରେ ଘରକୁ ଫେରିଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଟଙ୍କପାଣି ଗ୍ରାମର ସୁନ୍ଦର ହିଆଲଙ୍କ ପୁଅ ଜିତେନ୍ଦ୍ର ହିଆଲ (୨୪ବର୍ଷ)। ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସହିତ ସେ ଶନିବାର ଘରକୁ ଫେରିଛନ୍ତି। ସୂଚନା ଅନୁସାରେ, ୧୮.୮.୨୦୧୪ ତାରିଖ ଦିନ ଜିତେନ୍ଦ୍ର ଲାଠୋର ବଜାରକୁ ଆସିଥିଲେ। ତା’ ପରଠାରୁ ସେ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇନଥିଲେ। ଲାଠୋର ଥାନାରେ ନିଖୋଜ ଥିବା ସଂପର୍କରେ ମଧ୍ୟ ଜଣାଇଥିଲେ। ଆଠବର୍ଷ ଧରି ତାଙ୍କର କୌଣସି‌ ଖୋଜ ଖବର ନଥିଲା। ପରିବାର ଲୋକେ ମଧ୍ୟ ତାଙ୍କ ଫେରିବା ଆଶା ଛାଡ଼ି ଦେଇଥିଲେ।

ଗତ ମେ ୨୦ ତାରିଖ ଦିନ ସେ ମହାରାଷ୍ଟ୍ର ରାଜ୍ୟ ପୁଣେ ସହରର ଏକ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ଦେଖି ଭୁବନେଶ୍ବରର ଜଣେ ଯୁବକ ସୁନୀଲ ଦାସ ତାଙ୍କୁ ଉଦ୍ଧାର କରି ଶ୍ରଦ୍ଧା ଫାଉଣ୍ଡେସନ ସଂସ୍ଥାରେ ରଖାଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନଥିବାରୁ ଚିକିତ୍ସା କରାଯାଉଥିଲା। ଜିତେନ୍ଦ୍ର ସୁସ୍ଥ ହେବା ପରେ ଫାଉଣ୍ଡେସନ ତରଫରୁ ସମାଜସେବୀ ଶ୍ରୀ ଦାସ ତାଙ୍କୁ ଟଙ୍କପାଣି ଗ୍ରାମକୁ ପହଞ୍ଚାଇଥିଲେ। ଜିତେନ୍ଦ୍ରଙ୍କ ସହିତ ଶ୍ରୀ ଦାସଙ୍କୁ ପରିବାର ଲୋକେ ଫୁଲମାଳ ଦେଇ ସ୍ବାଗତ କରିବା ସହିତ ଘରକୁ ପାଛୋଟି ନେଇଥିଲେ। ଜିତେନ୍ଦ୍ରଙ୍କୁ ପାଇ ପରିବାର ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe