ସୁନ୍ଦରଗଡ଼କୁ ନୂଆଗାଁ ଦେଇଛି ୩ ଜିଲ୍ଲା ପରିଷଦ ସଭାପତି

Advertisment

ପରିଷଦର ପ୍ରଥମ ସଭାପତି ଥିଲେ ହର୍ଷିତା ଲୁଗୁନ

ପରିଷଦର ପ୍ରଥମ ସଭାପତି ଥିଲେ ହର୍ଷିତା ଲୁଗୁନ

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ରାୟଗଡ଼ା ଜିଲ୍ଲା

Times of India

ସୁନ୍ଦରଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ଜୋର୍‌ ଧରିଛି। ପ୍ରାର୍ଥୀ ଓ ସମର୍ଥକମାନେ ଘର ଘର ବୁଲି ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି। ଏହିକ୍ରମରେ ଏଥର କେଉଁ ଦଳ ଏକକ ସଂଖ୍ୟାଗରିଷ୍ଠ ବା ମ୍ୟାଜିକ ନମ୍ବର ଛୁଇଁବ, କିଏ ହେବେ ପରିଷଦ ସଭାପତି ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଜିଲ୍ଲା ସଭାପତି ପଦବି ସମ୍ପର୍କରେ ଆଲୋଚନା କଲା ବେଳେ ସବା ଆଗକୁ ଚାଲି ଆସେ ନୂଆଗାଁ ବ୍ଲକ୍‌। କାରଣ ଏହି ବ୍ଲକ୍‌ ସୁନ୍ଦରଗଡ଼କୁ ପ୍ରଥମ ଜିଲ୍ଲା ପରିଷଦ ସଭାପତି ସହ ତିନି ତିନିଟି ସଭାପତି ଦେଇଥିଲା। ୧୯୯୭ରେ ପ୍ରଥମ ଜିଲ୍ଲା ପରିଷଦ ସଭାପତି ହୋଇଥିଲେ ଏହି ବ୍ଲକର ହର୍ଷିତା ଲୁଗୁନ। ସେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ)ରୁ ‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ ଜେଏମଏମ-କଂଗ୍ରେସ ମେଣ୍ଟରେ ସଭାପତି ହୋଇଥିଲେ। କିନ୍ତୁ ଏକ ଲୋମହର୍ଷକ ଘଟଣାକ୍ରମରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୨୦୦୭ରେ ଏହି ଜୋନର ସେରୋଫିନା ଟପ୍ନୋ କଂଗ୍ରେସ ଟିକଟରେ ଜିତି ସଭାପତି ଆସନ ଅଳଙ୍କୃତ କରିଥିଲେ। ଏହା ପରେ ୨୦୧୭ରେ ବିଜେଡି-କଂଗ୍ରେସ ମେଣ୍ଟରେ ଏହି ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଏମା ଏକ୍କା ସଭାପତି ପଦବି ପାଇଥିଲେ। ଏଥର ସଭାପତି ଶିରୋପା କାହା ମୁଣ୍ଡରେ ଭିଡ଼ା ହେବ, ତାହା ଫଳାଫଳ ଘୋଷଣା ପରେ ଜଣାପଡ଼ିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe