ଜୁବିନଙ୍କ ଗୀତରେ ଝୁମିଲା ଏନ୍‌ଆଇଟି

Advertisment
ଜୁବିନଙ୍କ ଗୀତରେ ଝୁମିଲା ଏନ୍‌ଆଇଟି

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନଆଇଟି)ରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ନୃତ୍ୟ-ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ସେଲିବ୍ରିଟି ନାଇଟ୍‌’। ପ୍ରଖ୍ୟାତ ବଲିଉଡ୍‌ ଗାୟକ ଜୁବିନ ନୌଟିଆଲଙ୍କ ଗୀତର ଯାଦୁରେ ମତୁଆଲା ହୋଇଥିଲେ ଅତିଥି, ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ। ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର(ଏସ୍‌ଏସି) ପକ୍ଷରୁ ଏନଆଇଟି ପରିସରରେ ଥିବା ଦିଲ୍ଲୀପ ତିର୍କୀ ଷ୍ଟାଡିୟମରେ ଏହି ରଙ୍ଗାରଙ୍ଗ ସେଲିବ୍ରିଟି ନାଇଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜୁବିନ ଷ୍ଟେଜ୍‌କୁ ଆସିଲା ମାତ୍ରେ କରତାଳିରେ ଫାଟିପଡ଼ିଥିଲା କ୍ୟାମ୍ପସ୍‌। ଜୁବିନ ନିଜର ସୁପ୍ରସିଦ୍ଧ ଗୀତଗୁଡ଼ିକକୁ ଗୋଟିଏ ପରେ ଗୋଟିଏ ଗାଇଥିବାବେଳେ ଏହାର ତାଳେତାଳେ ବେଶ୍‌ ଝୁମିଥିଲେ ଛାତ୍ରଛାତ୍ରୀ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ଆର୍‌ଏସ୍‌ପି ଭାରପ୍ରାପ୍ତ ନିର୍ଦ୍ଧେଶକ ଅତନୁ ଭୌମିକ, ଏନଆଇଟି କୁଳସଚିବ ପ୍ରଫେସର ରୋହନ ଧୀମାନ, ବନ୍ଧମୁଣ୍ଡା ଏଆରଏମ ନିଶାନ୍ତ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ବାର୍ଷିକ ସେଲିବ୍ରିଟି ନାଇଟ୍‌ ବନ୍ଦ ରହିଥିବାରୁ ଚଳିତ ଥର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପ୍ରକାଶଥାଉକି, ପୂର୍ବ ବର୍ଷଗୁଡ଼ିକରେ ସୋନୁ ନିଗମ, କୈଳାଶ ଖେର୍‌, ବିଶାଳ-ଶେଖର, ସୁନୀଧି ଚୌହାନ, ସଲିମ-ସୁଲୈମାନ, କେକେ, ଜାଭେଦ ଅଲ୍ଲୀ, ପାପୋନ, ଯୋନୀତା ଗାନ୍ଧୀ, ମହମ୍ମଦ ଇର୍ଫାନ ପ୍ରମୁଖ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀକାର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe