ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଅଦିନିଆ ବର୍ଷା ହେବ ପରେ ଜିଲ୍ଲାର ବହୁ ଚାଷୀଙ୍କ ଧାନ ନଷ୍ଟ ହେବା ସହ ଧାନ ସବୁ ଗଜା ହୋଇଥିବା ଚାଷି ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ମଙ୍ଗଳବାର ଦିନ କଳାହାଣ୍ଡି ସାଂସଦ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ନୂଆପଡ଼ା ବ୍ଳକ ବିଭିନ୍ନ ଅଞ୍ଚଳ ବୁଲି କ୍ଷତି ହୋଇଥିବା ଚାଷୀଙ୍କ ସହ ଆଲୋଚନା କରିଛନ୍ତି।
ଶ୍ରୀପଣ୍ଡା ଆଜି ନୂଆପଡ଼ା ବ୍ଳକ ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଥିବା ଗାଁ ପରସଖୋଲ, ତିଲେଝୀ, ଛେଲିଲେଣ୍ଡି, ଜାମଦରହା, କୋଟେନଚୁଆଁଗସ୍ତ କରି ନଷ୍ଟ ହୋଇଥିବା ଚାଷ ଜମିକୁ ଯାଇ ଚାଷୀମାନଙ୍କ ସହ ପରିଦର୍ଶନ କରି ସେମାନଙ୍କ ସହ ଅଲୋଚନା କରିଥିଲେ। ପରେ ସାଂସଦ ନୂଆପଡ଼ା ତହସିଲଦାରଙ୍କୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ କ୍ଷତି ହୋଇଥିବା ଜମିକୁ ଯାଇ କ୍ଷତି ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂଣର ଦେବାକୁ କହିଛନ୍ତି। ଏହି ପରିଦର୍ଶନରେ ସାଂସଦଙ୍କ ସହ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ।
Follow Us