ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଶୋଷଣ ବଢୁଛି

ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାମଙ୍ଗଳ ଅଧିକାରୀଙ୍କୁ ଘେରାଉ

ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଶୋଷଣ ବଢୁଛି

ବାରିପଦା: ଜେଏମଏମ ଯୁବମୋର୍ଚ୍ଚାର ନେତା ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଆଜି ୩ ଦଫା ଦାବି ନେଇ ଜିଲ୍ଲାମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ଘେରାଉ କରାଯାଇଥିଲା । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ କୈଣସି ସୁଧାର ଆସୁ ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୋଷଣ ହେଉଥିବା ଅଭିଯୋଗ କରିଛି ଦଳ। ଏନେଇ ନାନା ଅଭିଯୋଗ ଆସୁଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ଏ ଦିଗରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ଜେଏମଏମ ଯୁବମୋର୍ଚ୍ଚା। ଅନ୍ୟପକ୍ଷରେ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆବେଦନ କରିଥିବା ୧୭୫୭ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୬ ଜଣଙ୍କ ଛାତ୍ରବୃତ୍ତି ଆକାଉଣ୍ଟ ଆସିଥିବାବେଳେ ଅନ୍ୟମାନଙ୍କର ଆସିନାହିଁ।

ଜିଲ୍ଲାର ସମସ୍ତ କଲେଜରେ ଛାତ୍ରଛାତ୍ରୀଙ୍କୁ ଯଥା ଶୀଘ୍ର ଷ୍ଟାଇପେଣ୍ଡ ପ୍ରଦାନ କରିବାକୁ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଏହି ଆନ୍ଦୋଳନରେ ଜେଏମଏମର ଯୁବନେତା ଅର୍ଜୁନ ମୁର୍ମଙ୍କ ସମେତ ଚୈତନ ସୋରେନ, ପୁର୍ଥୁରାଜ ହାଁସଦାଃ, ଦିଲ୍ଲୀପ କୁମାର ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe