ଆଦିବାସୀ ନେତା ବ୍ରଜକିଶୋର ସିଂଭୋଇଙ୍କ ପରଲୋକ

Advertisment
ଆଦିବାସୀ ନେତା ବ୍ରଜକିଶୋର ସିଂଭୋଇଙ୍କ ପରଲୋକ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଜମିଦାର ପରିବାରର ବଡ଼ପୁଅ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ସିଂହ ଭୋଇ(୭୨ବର୍ଷ)ଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି। ଶ୍ରୀ ସିଂହ ଭୋଇ ଆଜି ସକାଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୮.୪୫ମିନିଟ ସମୟରେ ତାଙ୍କ ପରଲୋକ ଘଟିଥିଲା। ସଇନ୍ତଳାସ୍ଥିତ ଲାନ୍ଥ ନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପୁଅ ଆଶିଷ ସିଂହ ଭୋଇ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ସିଂହ ଭୋଇ ଓନ୍ତଳାର ପୂର୍ବ ବିଧାୟକ ତଥା ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇଙ୍କ ବଡ଼ଭାଇ ଅଟନ୍ତି।

ଗତ କିଛିମାସ ତଳେ ତାଙ୍କ ପତ୍ନୀଙ୍କ ବିୟୋଗ ଘଟିଥିଲା। ସ୍ବର୍ଗତ ‌ସିଂହ ଭୋଇ ସବୁବେଳେ ଆଦିବାସୀମାନଙ୍କ ଉନ୍ନତି ପାଇଁ ଲଢ଼େଇ କରୁଥିଲେ। ବ୍ୟାଙ୍କ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ସମାଜସେବାରେ ନିୟୋଜିତ ଥିଲେ। ଆଇନଜୀବୀ ଭାବେ ମଧ୍ୟ ସେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ଟିଟିଲାଗଡ଼ ବିଧାୟିକା ଏବଂ ମହିଳା, ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହବରିହା, ଆଦିବାସୀ କଲ୍ୟାଣ ସଂଘ ମହାସଚିବ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କୋଶଲ ରାଜ୍ୟ ସମନ୍ୱୟ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ଗୋପାଳଜୀ ପାଣିଗ୍ରାହୀ, ବିଧାୟିକାଙ୍କ ସଇନ୍ତଳା ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ସଇନ୍ତଳା ବ୍ଲକ୍‌ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ସଇନ୍ତଳା ଆଦିବାସୀ ସଂଘ, ଆଇନଜୀବୀ ସୁବୋଧ ମିଶ୍ର, ଜପେଶ୍ବର ଜାନୀଙ୍କ ସମେତ ସଇନ୍ତଳା ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe