ଆରଏସପି ନବୀକରଣ ଓ ସଂପ୍ରସାରଣ ପାଇଁ ଜନଶୁଣାଣି

Advertisment
ଆରଏସପି ନବୀକରଣ ଓ ସଂପ୍ରସାରଣ ପାଇଁ ଜନଶୁଣାଣି

ରାଉରକେଲା - ଆରଏସପି ନବୀକରଣ ଓ ସଂପ୍ରସାରଣ ଅନ୍ତର୍ଗତ ବିଭିନ୍ନ ବିଭାଗର ଉତ୍ପାଦନ ବୃଦ୍ଧି, ନୂତନ ପ୍ଲାଣ୍ଟ ପ୍ରତିଷ୍ଠା ଓ ଗ୍ୟାସ ପାଇପ ଲାଇନ ସ୍ଥାପନ ନିମନ୍ତେ ଆଜି ଆୟୋଜିତ ହୋଇଛି କେନ୍ଦ୍ରୀୟ ପରିବେଶ ମଞ୍ଜୁରୀ ସମ୍ପର୍କିତ ଜନ ଶୁଣାଣି।

ଭଞ୍ଜଭବନ ପାର୍ଶ୍ଵ ପ୍ରଦର୍ଶନୀ ପଡ଼ିଆରେ ଏଥିପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ଜନ ଶୁଣାଣୀକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତି ସାରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିବାକୁ ରଘୁନାଥପାଲ୍ଲୀ, ବିଜେଡି ପକ୍ଷରୁ ଦଳୀୟ କର୍ମକର୍ତ୍ତାଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସେଦୃଷ୍ଟିରୁ ଆଜିର ବହୁ ଚର୍ଚ୍ଚିତ ଜନ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିଲା। ତେବେ, ଜନଶୁଣାଣୀ ବେଳେ ସେମିତି କିଛି ବିରୋଧାଭାଷ ଦେଖିବାକୁ ମିଳିନି। କାରଖାନାର ସଂପ୍ରସାରଣ ଓ ନବୀକରଣ ପ୍ରକଳ୍ପଗୁଡିକୁ ଦଳ, ମତ ନିର୍ବିଶେଷରେ ସମସ୍ତ ଶ୍ରମିକ ସଙ୍ଗଠନ ଓ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ବାସିନ୍ଦା ସମର୍ଥନ କରିଛନ୍ତି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଓ ଆରଏସପିର ବରିଷ୍ଠ ପଦାଧିକାରୀ ଉପସ୍ଥିତିରେ ଜନ ଶୁଣାଣି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe