ବାରିପଦା: ମୟୂରଭଞ୍ଜ, ବାଲେଶ୍ୱର ଓ କେଉଁଝର ଜିଲ୍ଲାକୁ ନେଇ ଏକ ପର୍ଯ୍ୟଟନ ବଳୟ ଭାବେ ଘୋଷଣା କରାଯାଉ। ଏଥିସହିତ ପର୍ଯ୍ୟଟନ ଶିଳ୍ପକୁ ଅଧିକ ଲୋକାଭିମୁଖୀ କରିବା ସକାଶେ ନିକଟରେ ଉଡ଼ାନ ଯୋଜନାରେ ସାମିଲ କରାଯାଇଥିବା ଏସିଆ ମହାଦେଶର ସର୍ବବୃହତ୍ତମ ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍କୁ ତୁରନ୍ତ ବିକାଶ କରାଯାଇ ଉଡ଼ାଣ ଆରମ୍ଭ କରାଯିବା ନିମନ୍ତେ ଆଜି ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ମତପ୍ରକାଶ ପାଇଛି।
ସ୍ଥାନୀୟ ସହୀଦ ସ୍ମୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସମସ୍ତ ସଦସ୍ୟଙ୍କ ସହିତ ମୟୂରଭଞ୍ଜ, ବାଲେଶ୍ୱର ଓ କେଉଁଝର ଆଦି ଜିଲ୍ଲାରୁ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଗାମୀ ଦିନରେ ପର୍ଯ୍ୟଟନ ଶିଳ୍ପର ସାମଗ୍ରୀକ ବିକାଶ ମାଧ୍ୟମରେ କିପରି ୩ ଜିଲ୍ଲାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇ ପାରିବ ସେ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।
ଏଥିସହିତ ୩ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ସାମଗ୍ରୀକ ବିକାଶ ନିମନ୍ତେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ମାଧ୍ୟମରେ ସରକାରଙ୍କ ଉପରେ ଚାପ ପକାଯାଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପରିଷଦର ସଭାପତି କଳିଙ୍ଗ କେଶରୀ ଜେନାଙ୍କ ଅଧ୍ୟକ୍ଷତା ଓ ସନ୍ଦୀପ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ ଆବାହକ ବିଭୂଦତ୍ତ ଦାସ, ସତ୍ୟ ନାରାୟଣ କପାଳ, ସଂଯୁକ୍ତା ବସା, କାର୍ଯ୍ୟକାରୀ ସଭାପତି ଅରଜିତ ଘୋଷାଲ, ଉପସଭାପତି ରଞ୍ଜିତ ପଣ୍ଡା, ପିଣ୍ଟୁ ମାଇତି, ତାପସ କୁମାର ନାୟକ, ଶ୍ୟାମସୁନ୍ଦର ଜ୍ୟୋତିଶ୍ରୀ, ଦୀପକ କୁମାର ମିଶ୍ର, ସାଧାରଣ ସମ୍ପାଦକ ଗୌତମ ସେଠୀ, ସମ୍ପାଦକ ଜିତେନ୍ଦ୍ର ହେମ୍ବ୍ରମ, ସୌଭାଗ୍ୟ ମାନସ ନାୟକ, ଶିବରଞ୍ଜନ ଦେ, ଦୀପକ କୁମାର ଜେନା, ମୁଖପାତ୍ର ସୌମ୍ୟରଞ୍ଜନ ପାଣିଗ୍ରାହୀ, ଜୟନ୍ତ ମହାନ୍ତ, ସାଙ୍ଗଠନିକ ସମ୍ପାଦକ ଦୀପକ ମହାନ୍ତ, ଅଭିଷେକ ବେହେରା, ଶୁଭଦୀପ ଚକ୍ରବର୍ତ୍ତୀ ପ୍ରମୁଖଙ୍କ ସମେତ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ମୟୂରଭଞ୍ଜ ସିଟିଜେନ ଫୋରମର ସଭାପତି ବିଜୟ ଅଗ୍ରୱାଲା, ବାମନଘାଟି ଉପଖଣ୍ଡ ଛଉ ପ୍ରତିଷ୍ଠାନର ପ୍ରତିଷ୍ଠାତା ଦୁଷ୍ମନ୍ତ ବସା, ଭଞ୍ଜସେନା ଅଧ୍ୟକ୍ଷ ସତ୍ୟସ୍ବରୂପ ଦାଶ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ବରିଷ୍ଠ ଯାତ୍ରା କଳାକାର ସନ୍ତୋଷ କୁମାର ବେହେରା, ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ, ପ୍ରଯୋଜକ ସଞ୍ଜୀବ ଦ୍ୱିବେଦୀ, ଅଭିନେତା ସ୍ୱରାଜ ବାରିକ, ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ତାପସ ସରଘରିଆ, ଡ଼ିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନର ନିର୍ଦ୍ଦେଶକ ବିପ୍ଳବ ବୁଗୁଡ଼େଇ, ଚନ୍ଦନା ଦାସ, ଅଙ୍କୁର ଖୁରାନା, ତାପସ ପାଢ଼ୀ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
Follow Us