କୁଆଝରଣ ଘାଟିରେ କ୍ରେନ୍ ଓଲଟି ୩ ଗୁରୁତର

Advertisment
କୁଆଝରଣ ଘାଟିରେ କ୍ରେନ୍ ଓଲଟି ୩ ଗୁରୁତର

ହରିଚନ୍ଦନପୁର: ହରିଚନ୍ଦନପୁର-କେନ୍ଦୁଝର ରାସ୍ତାର କୁଅଝରଣ ଘାଟିରେ ଆଜି ପୂର୍ବାହ୍ନରେ ଏକ କ୍ରେନ୍‌ (ଏପି-୩୧-ଟିଆର୍‌-୯୫୬୪) ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କ୍ରେନ ଡ୍ରାଇଭର ପଞ୍ଜାବର ଲାଡ଼ୁ ସାନ୍ଧୁ (୪୨ ), ମେକାନିକ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦର ଭେଙ୍କଟ ସ୍ବାମୀ (୪୪) ଓ ହେଲପର୍‌ ବିହାରର କେଡି କୁମାର ରାମ (୨୪) ଗୁରୁତର ଆହତ ହୋଇଛନ୍ତି। ରାସ୍ତା ଉପରେ କ୍ରେନ୍‌ଟି ପଡ଼ିଥିବାରୁ ହରିଚନ୍ଦନପୁର-କେନ୍ଦୁଝର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ କେବଳ ବାଇକ୍‌ ଓ ଛୋଟଛୋଟ ଗାଡ଼ିଗୁଡ଼ିକ ଯାଉଥିବାବେଳେ ବଡ଼ଗାଡ଼ି ସବୁ ଅଟକି ରହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କ୍ରେନ୍‌ଟି କେନ୍ଦୁଝରରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବାବେଳେ କୁଆଝରଣ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। କ୍ରେନ୍‌ ଡ୍ରାଇଭର ଓ ମେକାନିକ୍‌ ଘାଟି ରାସ୍ତାର ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନା ଆଣିଥିଲେ। ଓଡ଼ିଶା ଡ୍ରାଇଭର ସଂଘ, ହରିଚନ୍ଦନପୁର ଶାଖାର ସଦସ୍ୟମାନେ ଆହତଙ୍କୁ ଚିକିତ୍ସାରେ ସହଯୋଗ କରିଥିଲେ। ପରେ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କ୍ରେନ୍‌ଟି ରାସ୍ତା ଉପରେ ପଡ଼ିଥିବାରୁ ଯାତ୍ରୀବାହୀ ବସ୍‌ ଓ ବଡ଼ ଗାଡ଼ିଗୁଡ଼ିକ ଯାତାୟାତ କରିପାରୁ ନାହାନ୍ତି। ତୁରନ୍ତ ରାସ୍ତାରୁ କ୍ରେନ୍‌ ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe