ଖଲ୍ଲିକୋଟ: ଅରବିନ୍ଦ ସ୍କୁଲ ନିକଟରେ ଛିଡା ହୋଇଥିବା ଓୟୁଏଟି ଛାତ୍ରଙ୍କ ବାଇକ୍‌ ଧକ୍କାରେ ମୃତ୍ୟୁ

Advertisment
ଖଲ୍ଲିକୋଟ: ଅରବିନ୍ଦ ସ୍କୁଲ ନିକଟରେ ଛିଡା ହୋଇଥିବା ଓୟୁଏଟି ଛାତ୍ରଙ୍କ ବାଇକ୍‌ ଧକ୍କାରେ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଖଲ୍ଲିକୋଟ ଅରବିନ୍ଦ ସ୍କୁଲ ନିକଟରେ ମଙ୍ଗବାର ଅପରାହ୍ନରେ  ଓୟୁଏଟି ଛାତ୍ରଙ୍କ ବାଇକ୍‌ ଧକ୍କାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣକ ଖଲ୍ଲିକୋଟ ଆର୍‌ସିଏମ୍‌ କଲେଜ ଅଧ୍ୟାପକ କାମେଶ୍ୱର ସାହୁଙ୍କ ଏକମାତ୍ର ପୁଅ ସୁୁରଜ ସାହୁ।

publive-imageସୂଚନାଯୋଗ୍ୟ, ମୃତ ସୁରଜ ନିଜ ବାଇକ୍‌ ଧରି ଅରବିନ୍ଦ ସ୍କୁଲ ନିକଟ ରାସ୍ତାରେ ଠିଆ ହୋଇଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଆଉ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଠିଆ ହୋଇଥିବା ସ୍ଥାନରୁ କିଛି ବାଟ ନ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମ୍‌କେସିଜି ହସ୍‌ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୁରଜଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏକମାତ୍ର ପୁଅକୁ ହରାଇ ଥିବାରୁ ମୃତ ସୁରଜଙ୍କ ବାପା ଓ ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ତେବେ ଦୁର୍ଘଟଣା ଘଟାଇ ଥିବା ବାଇକ୍‌ ଆରୋହୀ ଆମ୍ରି ଖାନ୍‌ ଫେରାର ଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ରାସ୍ତାରୋକ କରିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ଖଲ୍ଲିକୋଟ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe