ଗଞ୍ଜାମ: ଛତ୍ରପୁର କାଉନସିଲର ହତା ମାମଲାରେ ୮ ଗିରଫ

Advertisment
ଗଞ୍ଜାମ: ଛତ୍ରପୁର କାଉନସିଲର ହତା ମାମଲାରେ ୮ ଗିରଫ

ଗଞ୍ଜାମ: ଛତ୍ରପୁର ଏନଏସି କାଉସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୋଲିସରାଜ୍ୟ ବାହାରୁ ଓ ରାଜ୍ୟ ଭିତରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ଉପସଭାପତି ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଦଳପକ୍ଷରୁ ଛତ୍ରପୁରର ବିଭିନ୍ନ କଲେଜ ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରୁଥିଲେ। ତେବେ ଗତ ୧୬ ତାରିଖରେ ଏଲଆଇସି କଲୋନି ଆଗରେ କିଛି ଦୁର୍ବୃତ୍ତ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କୁ ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ସିସିଟିଭି ଫୁଟେଜଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe