ଘରେ ପଶି ଆକ୍ରମଣ ପରେ ଗାଁରୁ ତଡ଼ିଲେ

Advertisment
ଘରେ ପଶି ଆକ୍ରମଣ ପରେ ଗାଁରୁ ତଡ଼ିଲେ

ଆନନ୍ଦପୁର : ଘରେ ପଶି ଆକ୍ରମଣ କରିବା ପରେ ଗାଁରୁ ତଡ଼ିଦେଲେ। ଏବେ ଗାଁକୁ ଆସିଲେ ମାରିବାକୁ ଧମକ ଦେଉଛନ୍ତି। ପୁଲିସ ନ୍ୟାୟ ପ୍ରଦାନ କରୁ ନଥିବାରୁ ହାଟଡିହି ବ୍ଲକ୍‌ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ଜଣେ ଯୁବତୀ ଚମ୍ପାବତୀ ଜେନା ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଗ୍ରାମର କିଛି ବ୍ୟକ୍ତି ୧୩ ତାରିଖରେ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇ ମା' କାନ୍ତିଲତା ଜେନା ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜମିଜମା ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଚମ୍ପାବତୀ ଅଭିଯୋଗ କରିଛନ୍ତି। ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନି। ଏହି ଘଟଣା ପରେ ତାଙ୍କ ପରିବାର ସଦସ୍ୟ ଭୟରେ ଅନ୍ୟତ୍ର ଆତ୍ମଗୋପନ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଚମ୍ପ‌ାବତୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe