ଚାଲିଗଲେ ଜୟପୁରର ଅକ୍ଷୟ ମହାନ୍ତି: ବିଭିନ୍ନ ମହଲରେ ଶୋକ

Advertisment
ଚାଲିଗଲେ ଜୟପୁରର ଅକ୍ଷୟ ମହାନ୍ତି: ବିଭିନ୍ନ ମହଲରେ ଶୋକ

ଜୟପୁର: ଗତକାଲି ଦଶହରା ମହୋତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ଚାଲିଗଲେ ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ ଗାୟକ ମୂରଲୀ ପ୍ରସାଦ ମହାପାତ୍ର। ତାଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। ଆଜି ତାଙ୍କ ଶେଷ ଦର୍ଶନ କରିବା ସହ ଶେଷ ଶୋଭାଯାତ୍ରାରେ ସହରର ଶତାଧିକ କଳାକାର, ପ୍ରଶାସନିକ ଅଧିକାରୀ ଆଦି ଭାଗ ନେଇଥିଲେ। ଆଜି ସ୍ବର ଘୁଙ୍ଗୁର ଅନୁଷ୍ଠାନ ପରିସରରେ ଏହାର କଳାକାରମାନଙ୍କ ଦ୍ବାରା ସ୍ବର୍ଗତ ମୁରଲୀ ମହାପାତ୍ରଙ୍କ ବିୟୋଗରେ ଶୋକସଭା ଏବଂ ସ୍ମୃତି ଚାରଣ କରାଯାଇଥିଲା l ସ୍ୱର ଘୁଙ୍ଗୁରର ପ୍ରତିଷ୍ଠାତା ଧିରେନ ମୋହନ ପଟ୍ଟନାୟକ କହିଥିଲେ ଯେ, ମୁରଲୀ ମହାପାତ୍ରଙ୍କ ଅବର୍ତ୍ତମାନ ମୋର ଏକ ଅଙ୍ଗ ଛେଦନ ସଦୃଶ୍ୟ lଜଣେ ଶାନ୍ତ, ସଛୋଟ, ହସମୁଖ, ସରଳ ସ୍ଵଭାବର ମଣିଷଙ୍କୁ ଆଜି ଜୟପୁର ହରାଇଛି | ୫୦ ବର୍ଷ ବୟସରେ ସଂଗୀତ କ୍ଷେତ୍ରରେ ପ୍ରବେଶ କରି ମାତ୍ର ନଅ ବର୍ଷ ମଧ୍ୟରେ ଏତେ ଜନପ୍ରିୟ ହେବା କ୍ଵଚିତ ଦେଖିବାକୁ ମିଳିଥାଏ। କିଶୋର କୁମାର, ମହମ୍ମଦ ରଫି , ମୁକେଶଜି ଙ୍କ ଗୀତ ଅନେକ ଜଣ ଗାଇପାରନ୍ତି କିନ୍ତୁ ଅକ୍ଷୟ ମହାନ୍ତିଙ୍କ କଣ୍ଠ, ମୁଣ୍ଡ ଗଣତି କିଛି ଜଣଙ୍କ କଳାକାରଙ୍କୁ ମିଳିଥାଏ, ସେଥିମଧ୍ୟରୁ ମୁରଲୀ ମହାପାତ୍ର ଅନ୍ୟତମ | ଏହା ସ୍ୱର ଘୁଙ୍ଗୁର କାହିଁକି ଅକ୍ଷୟ ମହାନ୍ତିଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି |

ସ୍ବର ଘୁଙ୍ଗୁର ସଂଗୀତ ଅନୁଷ୍ଠାନର ସବୁ କଳାକାରମାନେ ଦୁଃଖ ପ୍ରକାଶ କରିବା ସହ ସେମାନେ ସବୁ ଜଣେ ଉତ୍ତମ ମାର୍ଗଦର୍ଶକ, ପ୍ରତ୍ସାହକ ଓ ଉତ୍ତମ ସାଥୀଙ୍କୁ ହରାଇଲେ ବୋଲି କହିଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶେଷକୃତ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଭାଗ ନେଇଥିଲେ। ଜୟପୁର ସହର ଜଣେ ବରିଷ୍ଠ କଳାକାରଙ୍କୁ ହରାଇଲା ବୋଲି ଜୟପୁର ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି। ସେ ଏହି ଘଟଣାରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ।

ଉପଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ବରାଜ ଶିଶା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯଶୋଦା ଗାଧବା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର, ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଠିର ରାଉଳ, ଜିଲ୍ଲା ଆଇନଜୀବୀ ସଂଘ ସଭାପତି ସରୋଜ ଦାଶ, ସଂପାଦକ ଆନନ୍ଦ ରଥ, ଉପସଭାପତି ଗିରୀଧର ଖରା, କେଏଫଡିସିର ସଭାପତି ରବିନ୍ଦ୍ର ପାତ୍ର, ହିମାଂଶୁ ମହାପାତ୍ର, ଅମର ମିଶ୍ର, ରବିନ୍ଦ୍ର ରାଉତ, ଯଞେଶ୍ବର ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ,ଦୀପକ ଷଡଙ୍ଗୀ, ସୁବାଶ ଖାଡଙ୍ଗା, ଗୋପବନ୍ଦୁ ସାନ୍ତ୍ରା, ମୀନ କେତନ ପରିଚ୍ଛା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe