ଚାଷୀଙ୍କ ଅଭିଯୋଗ: ସବୁ ଦଳ ଫେଲ୍‌

Advertisment
ଚାଷୀଙ୍କ ଅଭିଯୋଗ: ସବୁ ଦଳ ଫେଲ୍‌

ବରଗଡ଼: ଚାଷୀ ଓ ଚାଷ ସମସ୍ୟାର ସମାଧାନ କ୍ଷେତ୍ରରେ ସବୁ ରାଜନୈତିକ ଫେଲ୍‌ ମାରିଛନ୍ତି ବୋଲି ଚାଷୀମାନେ ହିଁ ଅଭିଯୋଗ କରିଛନ୍ତି। ବିଜେଡି ସରକାର ଏହି ସମ୍ବେଦନଶୀଳ ପ୍ରସଂଗକୁ ଅଣଦେଖା କରୁଥିବାବେଳେ ବିରୋଧୀ ଦଳଗୁଡ଼ିକ ଭୂମିକା ମଧ୍ୟ ମାନ୍ଦା ବୋଲି ପଦ୍ମପୁର ଉପକଣ୍ଡ କୃଷକ ବିକାଶ ମଂଚ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ଗୋଟିଏ ପଟେ ଚାଷୀ ଆତ୍ମହତ୍ୟା ମାମଲାରୁ ବର୍ତିବା ପାଇଁ ସରକାର ନାନା ବାହାନା କରୁଛନ୍ତି। ଅନ୍ୟପଟେ ବିରୋଧୀ ଦଳ କିଛି ଗଠନମୂଳକ ପଦକ୍ଷେପ ନେଇ ନାହାନ୍ତି। ପ୍ରତିଟି ଦଳ ନାଟକ କରୁଛନ୍ତି। ବର୍ଷକ ଭିତରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର, ସ୍ୱାମୀନାଥନ କମିଶନ ସୁପାରିଶ ତୁରନ୍ତ ଲାଗୁ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ସହାୟତା ରାଶି ପ୍ରଦାନରେ ସବୁ ଚାଷୀଙ୍କୁ ସାମିଲ କରିବା ସହ ପୂର୍ବ ନିୟମ ସଂଶୋଧନ କରି ଚାଷରେ ବ୍ୟୟକୁ ନେଇ ମିଳୁଥିବା ଋଣ ପରିମାଣର ଅର୍ଥ ପ୍ରଦାନ କରାଯାଉ। ଧାର୍ଯ୍ୟ ସମୟରେ ଫସଲ ବୀମା ପ୍ରଦାନ, ରାଜସ୍ୱ ଅସୁଲି ସହ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼, ଜଳକର ଛାଡ଼, ଧାନ ସଂଗ୍ରହ ହାର ନିର୍ଦ୍ଧାରଣ, ଆଗାମୀ ଖରାଦିନ ପାଇଁ ଜଳ ସଂରକ୍ଷଣ ସକାଶେ ଏବେଠୁ ଯୋଜନା ପ୍ରସ୍ତୁତ କରାଯାଉ ବୋଲି ମଂଚ ଦାବି କରିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ କମ୍ପାନି ଗୁଡ଼ିକୁ ବାଦ ଦେଇ ସରକାର ନିଜେ ଦାୟିତ୍ୱ ନେବା ସହ କୀଟନାଶକ, ସାର ଏବଂ ବିହନ ମାନ ପରୀକ୍ଷଣ ପାଇଁ ବରଗଡ଼ରେ ପରୀକ୍ଷାଗାର ସ୍ଥାପନ କରିବାକୁ ସଂଗଠନର ସଭାପତି ଜୟକୃଷ୍ଣ ସାହୁ, ପଞ୍ଚାନନ ଦଳପତ, କିଶୋର ଦେବତା, ଲକ୍ଷ୍ମଣ ପ୍ରଧାନ, ସୁବାଷ ପ୍ରଧାନ, ରବିନ୍ଦ୍ର ବିଶି, ହେମଚନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ନାଏକ, ସଦାନନ୍ଦ ପୂଜାରୀ, ହଳଧର ସାହୁ, ସରୋଜ ବହିଦାର, ମୁକେଶ ମୁରାରୀ କେଡ଼ିଆ, ଖଗେଶ୍ୱର ପ୍ରଧାନ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe