ଜିଆରପି ଥାନା ପଛପଟୁ ଚୋରି ହୋଇଥିବା ବାଇକ ଜବତ, ଜଣେ ଗିରଫ

ଜିଆରପି ଥାନା ପଛପଟୁ ଚୋରି ହୋଇଥିବା ବାଇକ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ଜିଆରପି ଥାନା ପଛପଟୁ ବାଇକ ଚ‌ୋରି କରିଥିବା ଅଭିଯୋଗରେ ଆଜି ଜିଆରପି ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲେ ମାଲକାନଗିରି ଜିଲ୍ଲା ତୁଣ୍ଡକି ଗାଁର ପ୍ରମୋଦ ବିଷୋୟୀ (୩୮)। ଜିଆରପି ଥାନାରେ ୪/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଏହାସହ ବାଇକକୁ ଜବତ କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଚଳିତମାସ ୯ତାରିଖରେ ଏସଏସଆଇ ପ୍ରକାଶ କୁମାର ଗୌଡ ଥାନା ପଛ ପଟେ ନିଜ ଗାଡି ରଖି ଥାନାରେ ଡ୍ୟୁଟିକୁ ଯାଇଥିଲେ। ଦିନ ୨ଟାବେଳେକୁ ଘରକୁ ଯିବାକୁ ବାହାରନ୍ତେ ତ ଗାଡି ଚୋରି ଯାଇଥିବା ଜାଣିବାକୁ ପାଇଥିଲେ। ବହୁ ଆଡେ ଖୋଜାଖୋଜି କରିବା ପରେ ନ ପାଇବାରୁ ଏନେଇ ଥାନାରେ ୧୪ ତାରିଖରେ ଅଭିଯୋଗ କରିଥିଲେ। ଜିଆରପି ପୁଲିସ ନିକଟରେ ଲାଗିଥିବା ସିସିଟିଭିକୁ ଭିତ୍ତି କରି ସହର ଉପକଣ୍ଠରୁ ଧରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe