ରାଉରକେଲା : କଠିନ ପରିଶ୍ରମ ଯୋଗୁଁ ହାର୍ ମାନିଛି ସଫଳତା। ଯାହାକୁ ପ୍ରମାଣିତ କରି ଦେଇଖାଇଛନ୍ତି ରାଉରକେଲାର ଝିଅ ଡି. ପୂଜା। ସଫଳତାର ଗୋଟିଏ ପରେ ଗୋଟିଏ ସିଢ଼ି ଚଢ଼ି ଚାଲିଛନ୍ତି ସେ। ନିକଟରେ ମୁମ୍ବାଇରେ ଆୟୋଜିତ ‘ ମିସ୍ ଟିନ୍ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେଇ ଟାଇଟଲ୍ ହାସଲ କରିଛନ୍ତି। ସପ୍ତାହବ୍ୟାପୀ ଅନ୍ଲାଇନ୍ରେ ଚାଲୁଥିବା ପ୍ରତିଯୋଗିତାରେ ସାମିଲ ହୋଇ ମିସ୍ ଟିନ୍ ୟୁନିଭର୍ସ ଟାଇଟଲ୍ ହାସଲ କରି ରାଉରକେଲା ପାଇଁ ଗର୍ବ ଆଣିଛନ୍ତି। ମିସ୍ ୟୁନିଭର୍ସରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ମୋଟ ୫୩୫ ଜଣ ଭାଗ ନେଇଥିଲେ। ଡି. ପୂଜା ସମସ୍ତଙ୍କୁ ପଛରେ ପକାଇ ଟପ୍ ୧୦ରେ ସ୍ଥାନ ପାଇଥିଲେ। ପରେ ଟପ୍ ୩କୁ ଯାଇଥିଲେ। ଏହା ପୂର୍ବରୁ ଡି. ପୂଜା ମିସ୍ ଭୁବନେଶ୍ବର, ମିସ୍ ପଶ୍ଚିମାଞ୍ଚଳ, ମିସ୍ ଟିନ୍ ଇଣ୍ଡିଆ, ମିସ୍ ବିଉଟି କୁଇନ୍ ଅଫ୍ ଇଣ୍ଡିଆ ହାସଲ କରି ସାରିଛନ୍ତି। ଆଗାମୀ ଦିନରେ ସହରର ସଂସ୍କୃତି କଳାକୁ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ସେକ୍ଟର-୧୪, ଏ -୧୨ରେ ରହୁଥିବା ଡି. ପୂଜାଙ୍କ ବାପା ହେଲେ ଡି. ସିମାଦ୍ରୀ ବାବୁ, ମା’ ଡି. ପଦ୍ମିନୀ। ସେ ସେକ୍ଟର-୧୪ ଦିଲ୍ଲୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଗୁରୁ ଲୀନା ବିଶ୍ବାଳଙ୍କୁ ଧନ୍ୟବାଦ ଦେଇଛନ୍ତି।
ଡି. ପୂଜା ମିସ୍ ଟିନ୍ ୟୁନିଭର୍ସ
Advertisment
Follow Us