ଧାନ ଓଜନରେ ଠକେଇ, ବେପାରୀ ଅଟକ

Advertisment
ଧାନ ଓଜନରେ ଠକେଇ, ବେପାରୀ ଅଟକ

କାଳିଆପାଣି: ଗାଁ ଗାଁ ବୁଲି ସରଳ ଚାଷୀଙ୍କୁ ଚୂନ ଲଗାଇ ଆସୁଥିବା ଜଣେ ଠକ ବେପାରୀ ଆଜି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛି। କଳିଙ୍ଗନଗର ଥାନା ଅନ୍ତର୍ଗତ ରଣାଗୁଣ୍ଡି ଗାଁରେ ଧାନ ଠକେଇ ଅଭିଯୋଗରେ ଏହି ଧାନ ବେପାରୀକୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖି ପୁଲିସ ଜିମା ଦେଇଛନ୍ତି। ଢେଙ୍କାନାଳର ଈଶ୍ୱର ଚନ୍ଦ୍ର ସାହୁ ନାମକ ଏହି ବ୍ୟକ୍ତି କିଛିଦିନ ହେବ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କଠାରୁ ଚତୁରତାର ସହିତ ଧାନକିଣାରେ ରିମୋଟ ବ୍ୟବହାର କରି ଡିଜିଟାଲ ଓଜନ କଣ୍ଟା ମାଧ୍ୟମରେ ଠକେଇ କରି ଆସୁଥିଲେ। ଆଜି ରଣାଗୁଣ୍ଡି ଗାଁରେ ଧାନ ଓଜନ କରୁଥିବା ବେଳେ ବସ୍ତା ପିଛା ୨୦ କିଲୋ ବ୍ୟବଧାନ ଆସିବାରୁ ଗ୍ରାମବାସୀ ସନ୍ଦେହ କରିଥିଲେ।

ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ପୁନଃ ଓଜନ ଓ ଯାଞ୍ଚ ପରେ ଠକ ବେପାରୀ ଈଶ୍ୱରର କଳା କାରନାମା ଧରାପଡ଼ିଯାଇଥିଲା। ଏକାଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଠକକୁ ଉଠାଇଆଣି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe