ଭଦ୍ରକ: ଭଦ୍ରକ ଜିଲ୍ଲାରେ ସରକାରୀ ଭାବେ ଧାନ ମଣ୍ଡି ଖୋଲି ନଥିବା ବେଳେ ଚାଷୀ ତାର ଧାନ ଅମଳ କରି ଘରକୁ ଅଣିବ କଣ ଚାଷି ବିଲରୁ ଆନ୍ଧ୍ର ବେପାରୀ କମ୍ ମୂଲ୍ୟ ଦେଇ ବୋହି ନେଲାଣି ଧାନ। ଆନ୍ଧ୍ର ଓ ବେଙ୍ଗଲ ଟ୍ରକ୍ ଏବେ ଗାଁ ଗାଁରେ ବୁଲୁଛି। ଚାଷୀ ଋଣ କରି ଧାନ ଚାଷ କରିଥିଲା। ସରକାର ମଣ୍ଡି ଖୋଲି ନଥିବାରୁ ଚାଷୀର ପରିବାର ପ୍ରତିପୋଷଣ କରିବା ପାଇଁ ଓ ମହାଜନର ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ଆନ୍ଧ୍ର ଓ ବଙ୍ଗ ବେପାରୀଙ୍କୁ ଏକ ହଜାରରୁ ବାର ଶହ ଟଙ୍କାରେ ଧାନ ଦେଇ ଦେଉଛି। ଆରମ୍ଭରୁ ଚାଷୀ ଅଭାବୀ ଧାନ ବିକ୍ରୀର ଶୀକାର ହେଉଥିବା ବେଳେ ଏ ଦିଗରେ ଜିଲ୍ଲା ଯୋଗାଣ ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜିବା ଆରମ୍ଭ କରିଛି।
ମୂଳରୁ ଚାଷୀର ଧାନକୁ ଲୁଟ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁଜଚିନ୍ତିତ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ, ତିହିଡି,ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ଗ୍ରାମାଞ୍ଚଳରେ ଏବେ ଏଇ ପରିସ୍ଥିତି ସୃଷ୍ଟି ହୋଇଛି। ଡିସେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ସରକାର ମଣ୍ଡି ନଖୋଲି ଜିଲ୍ଲାପାଳ ଧାନ ବିକ୍ରୀ ପାଇଁ ସଚେତନ ରଖ ଖୋଲି କେବଳ ପ୍ରହସନ କରିବା ଆରମ୍ଭ କରିଛନ୍ତି। ଧାନ ମଣ୍ଡି ଖୋଲିବାର ଯୋଜନା ନକରି ପ୍ରଚାର ରଖ ବୁଲାଇବାର ଉଦ୍ଦେଶ୍ୟ କଣ ବୋଲି ଗାଁ ଗହଳିର ସାଧାରଣ ଚାଷୀ ପ୍ରଶ୍ନ ଊଠାଇଛନ୍ତି। ଗାଁ ଗହଳିର ଚାଷୀ ସରକାରୀ ଚାକିରିଆ ନୁହେଁ। ଦରମା ଆସିଲେ ଚଳିବ।
ଚାଷୀ ଅନାଇଛି ତାର ଉତ୍ପାଦିତ ଧାନ ବିକିଲେ ସବୁ କିଛି ଖର୍ଚ୍ଚ ସେଇଠୁ କରିବ। ପ୍ରତିବର୍ଷ ଅମଳ ସମୟରେ ପ୍ରଶାସନର ଏଭଳି ଫିକର ଚାଲିଛି। ଚାଷୀର ଧାନକୁ କଳେ ବଳେ କୌଶଳକରି ଲୁଟି ନେବାର ଚକ୍ରାନ୍ତ ଏବେ ଆରମ୍ଭ ହୋଇଯାଇଛି। ବଙ୍ଗ ଓ ଆନ୍ଧ୍ର ଗାଡିକୁ କାହିଁକି ଭଦ୍ରକ ଜିଲ୍ଲାକୁ ପ୍ରବେଶ କରାଯାଛି। ତାହା ଉପରେଜ ଜିଲ୍ଲା ପ୍ରଶାସନ କାହିଁକି ଅଙ୍କୁଶ ଲଗାଉ ନାହାନ୍ତି ବୋଲି ବାସୁଦେବପୁର, ବନ୍ତ, ତିହିଡି ଆଦି ବ୍ଲକର ଚାଷୀ ପ୍ରଶ୍ନ କରିଛି। ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ ଏଭଳି ଧାନ ଦଲାଲଙ୍କୁ ତୁର ନ୍ତ ଗିରଫ କରିବାକୁ ଦାବି ଉଠାଇଛନ୍ତି। ଜିଲ୍ଲାରେ ତୁରନ୍ତ ସବୁ ବ୍ଲକରେ ମଣ୍ଡି ଖୋଲି ସରକାରଙ୍କର ଉପଯୁକ୍ତ ମୂଲ୍ୟରେ ଧାନ କିଣା ନଗଲେ ଭଦ୍ରକ ଜିଲ୍ଲାର ଚାଷୀ ଜିଲ୍ଲାପାଳଙ୍କ ଅଫିସ୍ ଘେରିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us