ନବରଙ୍ଗପୁର: ଆଜି ସକାଳେ ନବରଙ୍ଗପୁରରରୁ ଜୟପୁରକୁ ଯାଉଥିବା ‘ଦାଶ’ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦାଶ ନାମକ ଏକ ଘରୋଇ ବସ ନବରଙ୍ଗପୁରରୁ ଜୟପୁରକୁ ଯାଉଥିବା ବେଳେ ଗାଡ଼ି ଡ୍ରାଇଭର ଅନ୍ୟମନସ୍କ ଓ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ଫଳରେ ଗାଡ଼ିଟି ନବରଙ୍ଗପୁର ଇନ୍ଦ୍ରାବତୀ ପୋଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲଇସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହିତମାନଙ୍କୁ ଉଦ୍ଧାର କରି ନରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସା ପରେ ଦୁଇଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇଜଣଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଆଡ୍ମିଟ୍ କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିାଯାଇଥିବା ଜଣାଯାଇଛି।
Follow Us