ନାରାୟଣପାଟଣା ବ୍ଲକରେ ସରିଲା ପ୍ରାର୍ଥୀପତ୍ର ଦାଖଲ, ସରପଞ୍ଚ ନାଚିକାଙ୍କ ବୋହୁ ଦାଖଲ କଲେ ପ୍ରାର୍ଥୀପତ୍ର

Advertisment
ନାରାୟଣପାଟଣା ବ୍ଲକରେ ସରିଲା ପ୍ରାର୍ଥୀପତ୍ର ଦାଖଲ, ସରପଞ୍ଚ ନାଚିକାଙ୍କ ବୋହୁ ଦାଖଲ କଲେ ପ୍ରାର୍ଥୀପତ୍ର

Sambad

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସରିଛି ପ୍ରାର୍ଥୀପତ୍ର ଦାଖଲ। ସମସ୍ତ ୯ଗୋଟି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। କେଉଁ ପଞ୍ଚାୟତରୁ କେତେଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେନେଇ ପ୍ରଶାସନିକ ସଠିକ ତଥ୍ୟ ଦେଇନଥିବା ବେଳେ ୯ଟି ପଞ୍ଚାୟତ ପାଇଁ ୪୯ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, ସମିତି ସଭ୍ୟ ପଦ ପାଇଁ ୩୭ ଜଣ ଏବଂ ୱାର୍ଡ ମେମ୍ବର ପାଇଁ ୧୪୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଜିପିଓ ନାଇଡୁ ପଟନାୟକ ସୂଚନା ଦେଇଛନ୍ତି।

ସେପଟେ ଆଜି ସମସ୍ତଙ୍କ ନଜର ପୋଡାପଦର ପଞ୍ଚାୟତ ଉପରେ ଥିଲା। ନାଚିକା ଲିଙ୍ଗାଙ୍କ ବୋହୂ ସାମେ ୱାଡେକା ଶେଷରେ ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଞ୍ଚାୟତ କାର୍ଯ୍ୟାଳୟରେ। ପଞ୍ଚାୟତରେ ଅପ୍ରତିଦ୍ଵନ୍ଦୀ ଭାବେ ସରପଞ୍ଚ ପ୍ରାର୍ଥୀ ହେବାକୁ ନେଇ ଆଲୋଚନା ହେଉଥିବା ବେଳେ ଆଉ ଦୁଇଜଣ ପ୍ରାର୍ଥୀପତ୍ର ବି ଦାଖଲ କରିଛନ୍ତି। ତେବେ ୨୫ ତାରିଖରେ କିଏ ହେବ ପ୍ରାର୍ଥୀ ତାହାରି ଉପରେ ସବୁରୀ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe