ନୟାଗଡ଼: ସିମେଣ୍ଟ ଲୁଟ୍‌ ଉଦ୍ୟମକୁ ବିରୋଧ କରିବାରୁ ଡ୍ରାଇଭରକୁ ଗୁଳିମାଡ଼

Advertisment
ନୟାଗଡ଼: ସିମେଣ୍ଟ ଲୁଟ୍‌ ଉଦ୍ୟମକୁ ବିରୋଧ କରିବାରୁ ଡ୍ରାଇଭରକୁ ଗୁଳିମାଡ଼

ନୟାଗଡ଼: ଆଜି ଭୋର ଭୋରରୁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ ନିକଟରେ ଏକ ଟ୍ରକ ଡ୍ରାଇଭରଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାୟପୁରରୁ ସିମେଣ୍ଟ ବୋଝେଇ କରି ଏକ ଟ୍ରକ୍‌ ଗୋଡ଼ିପଡ଼ା ଯାଉଥିବା ବେଳେ ବଡ଼ଗୋରଡ଼ ନିକଟରେ କେତେକ ଦୁର୍ବୃତ୍ତ ଟ୍ରକ ଅଟକାଇ ସିମେଣ୍ଟ ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ଟ୍ରକ ଡ୍ରାଇଭର ଏହାର ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଖବର ପାଇି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe