ପ୍ରେମିକଙ୍କ ମୃତ୍ୟୁ ଖବର ପାଇ ଜୀବନ ହାରିଲେ ପ୍ରେମିକା

ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ଯୁଯୁମୁରା: ଦୁର୍ଘଟଣାରେ ଚାଲିଗଲା ପ୍ରେମିକଙ୍କ ଜୀବନ। ଏହି ଖବର ପାଇବା ପରେ ପ୍ରେମିକା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମନକିରା ଥାନା ଚିନିମହୁଲ ଗ୍ରାମର ବିପ୍ର କିଷାନ (୨୪) ଓ ଯୁଯୁମୁରା ଥାନା ଡଙ୍ଗରପଡ଼ା ପଞ୍ଚାୟତ ସଦାପାଲି ଗ୍ରାମର ସୁନିତା ମିର୍ଦ୍ଧା(୧୯)ଙ୍କ ପ୍ରେମ ସମ୍ପର୍କ ଥିଲା। ମଙ୍ଗଳବାର ଉଭୟେ ପଡ଼ିଆବାହାଲ୍ ସାପ୍ତାହିକ ବଜାରରେ ବେଶ୍ ହସଖୁସିରେ ବୁଲାବୁଲି କରୁଥିଲେ। ପରେ ବିପ୍ର ବାଇକରେ ନିଜ ଘରକୁ ଫେରୁଥିବା ବେଳେ ଗୌଡ଼ପାଲି କନକ ଦୁର୍ଗା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ।

ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ଖବର ପାଇବା ପରେ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଲେ। ସେ ଘରୁ କାହାକୁ କିଛି ନ କହି ମଙ୍ଗବାର ସନ୍ଧ୍ୟାରେ ଗାଁ ମୁଣ୍ଡ ଆମ୍ବ ଗଛରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗଛରୁ ଓହ୍ଲାଇ ଶବ ସତ୍କାର କରିବାକୁ ଉଦ୍ୟମ କରୁଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଯୁଯୁମୁରା ପୁଲିସ ମଶାଣିରେ ପହଞ୍ଚି ଶବ ଜବତ କରିଥିଲା। ବୁଧବାର ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe