ରିଆମାଳ: ଜଙ୍ଗଲରେ ପଶି ବେଇଆଇନ୍ ବନ୍ୟଜନ୍ତୁ ଶିକାର କରୁଥିବା ବେଳେ ରିଆମାଳ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ସୂଚନା ଅନୁସାରେ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଇଛାପୁର କେଏଫ୍ ଜଙ୍ଗଲରେ ଶିକାର ହେଉଥିବା ବନ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଖବରପାଇ ରିଆମାଳ ରେଞ୍ଜର୍ ମହେନ୍ଦ୍ର କୁମାର ସାହୁ, କୁଣ୍ଢେଇଗୋଳା ଫରେଷ୍ଟର ପ୍ରୀତମ ସାହୁ, ରିଆମାଳ ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନ, ରିଆମାଳ ଫରେଷ୍ଟଗାର୍ଡ ବାହାନ ବେହେରା, କୁଣ୍ଢେଇଗୋଳା ଫରେଷ୍ଟଗାର୍ଡ ଗୋପାଳକ୍ରିଷ୍ଣ ମହାକୁଳ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଲୁଲଙ୍ଗ ପଞ୍ଚାୟତ ରେଙ୍ଗାଳପାଲି ଗ୍ରାମର ଜଗବନ୍ଧୁ ସାହୁ(୨୨), ସୁରେନ୍ଦ୍ର ବେହେରା (୨୯)ଙ୍କୁ ଗିରଫ କରିବା ସହ ମୋନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ବୁଧବାର ଉଭୟଙ୍କୁ ରିଆମାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୨ ଗିରଫ, ବନ୍ଧୁକ ଜବତ
Advertisment
Follow Us