ବୁଢ଼ୀପଦର କ୍ଷେତ୍ରବାସୀ ସାହୁ ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ ଜେଲ୍‌

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ ପ୍ରଧାନ ମଙ୍ଗଳବାର ବୁଢ଼ୀପଦରର କ୍ଷେତ୍ରବାସୀ ସାହୁ (୬୫) ହତ୍ୟା ମାମଲାର ବିଚାର କରି ତାଙ୍କ ରାୟ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସୁଶୀଳ ସାହୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁସାରେ, ୨୩.୧୨.୨୦୧୭ ତାରିଖରେ ବୌଦ୍ଧ ଥାନା ବୁଢ଼ୀପଦର ଗାଁର କ୍ଷେତ୍ରବାସୀ ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଶୀଳ, ତାଙ୍କ ସ୍ତ୍ରୀ ମଞ୍ଜୁ ସାହୁ ଓ ପୁଅ ଅଜିତ ସାହୁ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ କ୍ଷେତ୍ରବାସୀଙ୍କ ମୃତ୍ୟୁ ହୋଇଥିଲା। ବୌଦ୍ଧ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମାମଲାଟି ଜିଲ୍ଲା ଦୌରଜଜଙ୍କ ଅଦାଲତରେ ବିଚାର ହୋଇଥିଲା। ୧୪ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe