ଭଞ୍ଜନଗର ରାଜରାସ୍ତା କଡ଼ରେ ମାଛ ମାଂସ ପସରା

ଏନ୍ଏସି ଆମିଷ ବଜାର ଖୋଲି ବି ଅଖୋଲା

ଭଞ୍ଜନଗର ରାଜରାସ୍ତା କଡ଼ରେ ମାଛ ମାଂସ ପସରା

ଭଞ୍ଜନଗର: ଭଞ୍ଜନଗର ସହରର ବିଭିନ୍ନ ପ୍ରମୁଖ୍ୟ ରାସ୍ତା ପାଲଟିଛି ଆମିଷ ବଜାର। ସକାଳୁ ରାତି ପର୍ଯ୍ୟନ୍ତ ବେପାରୀମାନେ ମାଛ ମାଂସ ଖୁଲମ ଖୁଲା ବାହାରେ ବ୍ୟବସାୟ କରୁଛନ୍ତି। ଆବର୍ଜନା ସାଙ୍ଗକୁ ପୁତି ଦୁର୍ଗନ୍ଧମୟ ପରିବେଶ ଯେଗୁଁ ସେହି ରାସ୍ତା ଦେଇ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡୁଛି। ଏଥିସହ ରାସ୍ତାକଡ଼ରେ ଆମିଷ ବିକ୍ରୟ ହେଉଥିବାରୁ ଯାନବାହାନ ନେଇ ଗ୍ରାହାକମାନେ ଭିଡ ଜମା୍ଉଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି।

ବିଜ୍ଞାପିତ ଅଞ୍ଚଳର ପରିଷଦ ପକ୍ଷରୁ ଦୀର୍ଘବର୍ଷ ହେବ ଆମିଷ ବଜାର ନିର୍ମାଣ ହୋଇଥିଲେ ମଧ୍ୟ ସେଥିରେ ବ୍ୟବସାୟ ହେବା ବଦଳରେ ରାସ୍ତା କଡ଼ରେ ବସୁଛି ଆମିଷ ବଜାର। ଖାଲି ପଡିଛି ଆମିଷ ବଜାରର ଦୋକାନ ଓ ପିଣ୍ଡି। ଦୀର୍ଘବର୍ଷ ଧରି ଆମିଷ ବଜାର ନିର୍ମାଣ ହୋଇଥିଲେ ମଧ୍ୟ ପ୍ରାଶସନିକ ଆନ୍ତରିକତା ଅଭାବ ଯୋଗୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁ ନଥିଲା। ଗତବର୍ଷ ଏନ୍ଏସି ପକ୍ଷରୁ ମାଛ ମାଂସ ବ୍ୟବସାୟୀମାନଙ୍କୁ ଏହି ବଜାରକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ କିଛି ଦିନ ସେହି ବଜାର ଭିତରେ ବସିବା ପରେ ପୁଣି ବ୍ୟବସାୟୀମାନେ ରାସ୍ତା କଡ଼ରେ ବେପାର ମେଲାଇଥିବା ଦେଖିବାକୁ ମିଳିଛି।
ଭଞ୍ଜନଗର ସହରର ପ୍ରମୁଖ ସ୍ଥାନ ତଥା ପୁରୁଣା ଉପକାରାଗାର ସମ୍ମୁଖରେ ଧାଡ଼ି ହୋଇ ମହିଳା ବ୍ୟବସାୟୀ ମାନେ ବସି ଦିନ ତମାମ୍ ମାଛ ବିକ୍ରି କରୁଥିବା ବେଳେ ଏସବିଆଇ ଛକ, ଇଲେକ୍ଟ୍ରି ଅଫିସ ସମ୍ମୁଖ, ମାର୍କେଟ ବିଲିଂଡି, ପେଟ୍ରୋଲ୍ ପମ୍ପ ନିକଟ, ବାଉଁଶଲୁଣ୍ଡି ଛକ, ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ଭଳି ଆଦି ସ୍ଥାନରେ ବେପାରୀମାନେ ମାଛର ପସରା ପକାଉଛନ୍ତି। ଆମିଷ କିଣିବାକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ହିଁ ଯାନବାହାନ ରଖୁଥିବାରୁ ଘୋର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

publive-image

ଏଥିସହ ମାଛର ବିକ୍ରି ପରେ ବାହାରୁଥିବା ଅବର୍ଜନାକୁ ସେଠି ହିଁ ଫୋଫାଡି ଦେଉଥିବାରୁ ପରିବର୍ତ୍ତୀ ସମୟରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସେହିପରି ସହରରେ ବହୁ ସ୍ଥାନରେ ମନ ଇଚ୍ଛା ମାଂସ ଦେକାନ ଖୁଲମଖୁଲା ଛେଳି ଓ କୁକୁଡାକୁ କାଟି ବାହାରେ ଟାଙ୍ଗୁ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ବିକାର ମନୋଭାବ ସୃଷ୍ଟି ହେଉଛି। ସେହି ଦୋକାନଗୁଡିକରୁ ବାହାରୁଥିବା ଆବର୍ଜନାଗୁଡିକୁ କୁକୁର ଓ ବିଲେଇମାନେେ ଏଣେ ତେଣେ ଫୋଫାଡି ପରିବେଶକୁ ଆହାରୁ ପ୍ରଦୂଷଣ ଖରାପ କରିଦେଉଛନ୍ତି। ଯାହାକି ଆମିଷ ବ୍ୟବସାୟୀଙ୍କ ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନଥିବା ପରି ମନେ ହେଉଛି। ଏହାଦ୍ବାରା ସାଧାରଣ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିହବା ପ୍ରକାଶ କରିଛନ୍ତି।

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ୨୦୧୫ ମସିହାରେ ସ୍ଥାନୀୟ ଲୋହରାଖଣ୍ଡି ନଦୀ ନିକଟରେ ଆମିଷ ବଜାର ନିର୍ମିତ ହୋଇଥିଲା କିନ୍ତୁ ଅନେକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନପାରି ସେଭଳି ପଡି ରହିଥିଲା। ଗତ ବର୍ଷ ଏନ୍ଏସି ପକ୍ଷରୁ ଏହି ମାଛ ମାଂସ ବ୍ୟବସାୟୀ ମାନଙ୍କୁ ରାସ୍ତା କଡରୁ ହଟାଇବା ଦିଗରେ ପଦକ୍ଷେପ ନେୟବା ସ୍ବରୂପ ଏହି ଆମିଷ ବଜାରକୁ ଖୋଲିବା ସହ ଏଥିରେ ଥିବା ପିଣ୍ଡି ଓ ଦୋକାନ ଗୃହକୁ ବ୍ୟବସାୟୀ ମାନଙ୍କୁ ଆବଣ୍ଟନ କରାଯାଇଥିଲା। ସେଠାରେ ୮ଟି ଆମିଷ ଦୋକନ ରହିଥିବା ବେଳେ ୧୪ଟି ମାଛ ବିକ୍ରି ପାଇଁ ପିଣ୍ଡି ତିଆରି କରାଯାଇଛି। ଦୋକାନ ଘର ନେଇଥିବା ବ୍ୟବସାୟୀ ମାନେର ୧୦ ହଜାର ଜମା କରିଥିବା ବେଳେ ମାସିକ ୫୦୦ ଟଙ୍କା ଆଦାୟ କରାଯିବ ଏବଂ ପିଣ୍ଡି ବ୍ୟବହାର କରୁଥିବା ବେପାରୀ ମାନେଆ ଏକ ହଜାର ଜମା କରିଥିବା ବେଳେ ପ୍ରତ୍ୟେକ ଦିନ ୨୦ଟଙ୍କା ଲେଖାଏଁ ନିଆଯିବ ବୋଲି ଏନଏସି କତୃପକ୍ଷ ପ୍ରକାଶ କରିଛନ୍ତି।

ଏଥିସହ ସ୍ଥାନୀୟ ବାଇପାସ ଛକ ଠାରେ ହୋଇଥିବା ନୂତନ ୧୨ ପିଣ୍ଡିରେ ମଧ୍ୟ ମାଛ ବିକ୍ରି ବେପାରୀ ମାନଙ୍କୁ ଦିଆଯାଇଥିବା ବେୟଳେ ରାସ୍ତା ଉପରେ ଆସି ସେମାନେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ମାଛ ମାଂସ ବ୍ୟବସାୟୀ ମାନଙ୍କୁ ସ୍ବତନ୍ତ୍ର ବଜାର କରାଯାଇଥିଲେ ମଧ୍ୟ ବହୁ ବ୍ୟବସାସୟୀ ବାହାରେ ମାଛ ମାଂସ ବିକ୍ରି କରୁଥିବାରୁ ଏନ୍ଏସି ଆମିଷ ବଜାରକୁ ଗ୍ରାହାକ ଆସୁନଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ଯଦି ସମସ୍ତ ବ୍ୟବସାୟୀଙ୍କୁ ଗୋଟିଏ ସ୍ଥାନରେ ଆମିଷ ବିକ୍ରି କରିବା ପାଇଁ ଏନ୍ଏସି ପକ୍ଷ କ୍ଷେପ ଗ୍ରହଣ କରନ୍ତା ତେବେ ଆମିଷ ବଜାର ଭିତରକୁ ବ୍ୟବସାୟୀ ମାନେ ଆସନ୍ତେ ଏବଂ ରାସ୍ତାକଡ଼ରେ ବସି ବ୍ୟବସାୟ କରିବାକୁ ପଡ଼ନ୍ତା ନାହିଁ ବୋଲି ମାଛ ବେପାରୀ ମାନେ ପ୍ରକାଶ କରିଛନ୍ତି।

ସହରର ରାସ୍ତାର ଦୁଇ ପାର୍ଶ୍ବରେ ମାଛ ଓ ମାଂସ ବଜାର। ସକାଳ ହେଉ ହେଉ ରାସ୍ତା ଉପରେ ହେଉଛି ଆମିଷ ବଜାର। ଯାତାୟତରେ ବାଧା ଉପୁଜୁଥିବା ବେଳେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ମାଛ ଓ ମାଂସର ଆବର୍ଜନାରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଲୋକେ ଯାତାୟତ କରୁଥିବାରେ ମାଛ ମାଂସ କଟାଯାଉଥିବାର ଦେଖିବାକୁ ମିଳୁଛି। ଅନ୍ୟ ପଟେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆମିଷ ବଜାର ନିର୍ମାଣ ହୋଇଛି କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏଥିରେ ପ୍ରଶାସନର କିମ୍ବା ଆମିଷ ଦୋକାନିର ତ୍ରୁଟି ଜଣାପଡୁନଥିବା ବେହଳେ ସହରରୁ ମାଛ ମାଂସ ଦୋକକାନ ଆମିଷ ବଜାକୁ ସ୍ଥାନାନ୍ତର ହୋଇପାରୁ ନାହିଁ ଜନସାଧାରଣରେ ପ୍ରଶ୍ନ କରିଛନ୍ତି। ଆମିଷ ବଜାର ନିର୍ମାଣ ପରେ ଦୋକାନୀ ଖୋଲିବା ପାଇଁ ଏନଏସି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ବୋଳେ ଗୋଟିଏ ମଧ୍ୟ ଦୋକନ ସେଠାରେ ଦୋକାନ ଖୋଲୁ ନାହାନ୍ତି। ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ଦେଖାଯାଉନାହିଁ।

publive-image

ଭଞ୍ଜନଗର ସହରର ପ୍ରମୁଖ ସ୍ଥାନରେ ରାସ୍ତା କଡରେ ଆମିଷ ବଜାର ଖୋଲୁଥିବାର ଦେଖିବାକୁ ମିଳୁଛି। ସହରର ପୁରୁଣା ଉପକାରାଗାର ସମ୍ମୁଖରେ, ଏସବିଆଇ ଛକ, ଇଲେକ୍ଟ୍ରି ଅଫିସ ସମ୍ମୁଖ, ମାର୍କେଟ ବିଲିଂଡି, ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ଆଦି ସ୍ଥାନରେ ମହିଳାମାନେ ମାଛର ପସରା ପକାଉଛନ୍ତି। ସକାଳୁ ସକାଳୁ ଦୋକନା ଖୋଲୁଥିବା ବେଳେ ସେଠାରେ ଦିନ ସାରା ରାସ୍ତା କଡରେ ମାଛ ବିକ୍ରି କରୁଛନ୍ତି। ସେଠାରେ ମାଛ କିଣିବା ପାଇଁ ଲୋକଙ୍କ ଭିଡ ଲାଗୁଥିବା ବେଳେ ନିଜନିଜ ଗାଡି ଗୁଡିକୁ ଗ୍ରାହାକ ମାନେ ରାସ୍ତା ଉପରେ ରଖି ଚାଲିଯାଉଛନ୍ତି। ଫଳରେ ସେହି ସ୍ଥାନ ଗୁଡିକରେ ଟ୍ରାଫିକ ଜାମ ହେଉଛି। ଏଥିସହ ରାସ୍ତା କଡରେ ମାଛର ଆବର୍ଜନା ଓ ମହିଳା ପାଣି ରହୁଥିବାର ସେଠାରେ ଦୁର୍ଗନ୍ଧ ମଧ୍ୟ ହେଉଛି। ଏଥସହର ସହରର ବିଭିନ୍ନ ସ୍ଥାନରେ ମାଂସ ଦୋକାନ ମଧ୍ୟ ଖୋଲିଛି। ଏହି ଦୋକାନରେ କଟା ଛେଳି ଗୁଡିକୁ ଉପରକୁ ଟାଙ୍ଗି ରଖି ଥାନ୍ତି ଫଳରେ କେତେ ଲୋକଙ୍କୁ ଖରାପ ଲାଗିଲେ ମଧ୍ୟ ପ୍ରକାଶ କରି ନପାରି ସେଠାରୁ ଚାଲିଯାଆନ୍ତି। ମାଛ ଦୋକାନ ପରି ମାଂସ ଦୋକାନ ଠାରେ ସେହିପରି ଭାବେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି। ଏହି ପରି ବିଭିନ୍ନ ଆନୁସାଙ୍ଗିକ ଅସୁବିଧା ଲାଗି ରହିଥିବା ବେଳେ ମଧ୍ୟ ଏନଏସ କତୃପକ୍ଷ ଏଥିପ୍ରତି କଡା ପଦକ୍ଷେପ ନେଉନାହନାହାନ୍ତି।

ଅନ୍ୟ ପକ୍ଷରେ ଏହି ସମସ୍ୟାକୁ ଦେଖି ଭଞ୍ଜନଗର ଏନଏସି ପକ୍ଷରୁ ସ୍ଥାନୀୟ ଲୋହରାଖଣ୍ଡି ନଦୀ ନିକଟରେ ଆମିଷ ବଜାର ନିର୍ମାଣ ମଧ୍ୟ ସରିଛି। ସେଠାରେ ୮ଟି ଆମିଷ ଦୋକାନ ଓ ଗୋଟିଏ ଲମ୍ବା ପିଣ୍ଡି ମଧ୍ୟ ନିର୍ମାଣ ହୋଇଛି ଯେଉର୍ଥିରେ ପାଖାପାଖି ୧୫ ଜଣ ମାଛ ବେପାରୀ ବିକ୍ରି କରିପାରିବେ। ଏଥିସହ ୨୦୧୫ ମସିହାରେ ନିର୍ମାଣ ପରେ ଏହି କୋଠା ଗୁଡିକରେ ରଙ୍ଗ ଦେବା ସହ ସୁନ୍ଦର ଲୁହା ଗ୍ରୀଲ ମଧ୍ୟ ଲଗାଯାଇଛି ଏବଂ ଏହାର ଶୁଭ ଉଦଘାଟନ ମଧ୍ୟ ସରିଛି। ଏହାପରେ ଏହି ଦୋକାନ ଗୃହ ଗୁଡିକ ଗତ ବର୍ଷ ଅକ୍ଟୋବର ମାସରୁ ଦୋକାନ ଖୋଲିବା ପାଇଁ ଆଲର୍ଟ ମଧ୍ୟ କରାଯାଇଛି । ଏଥିସହ କେତେକ ମାଂସ ଦୋକନୀ ଏହି ଦୋକାନର ଭଡା ପ୍ରଦାନ କରୁଥିବା ବୋଳେ ଆଉ କେତେକ ପ୍ରଦାନ କରୁନାହାନ୍ତି। ଏଥିସହ ମାଛ ଦୋକାନ ଖୋଲିବା ପରେ ସେମାନଙ୍କୁ ଆଲର୍ଟମେଣ୍ଟ ପ୍ରଦାନ କରାଯିବା ନେଇ ଏନଏସି କତୃପକ୍ଷ କହିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେଠାକୁ କୌଣସି ଦୋକାନୀ ମଧ୍ୟ ଯାଇ ଦୋକାନ ଖୋଲି ନାହାନ୍ତି ଫଳରେ ଆମିଷ ବଜାର ଖାଁ ଖାଁ ଲାଗୁଛି। ସମସ୍ତ ଦୋକାନୀଙ୍କୁ ସେଠାରେ ଖୋଲିବା ପାଇଁ ଏନଏସି ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଲୋକେ ଗୋଟିଏ ସ୍ଥାନରେ ଆମିଷ ନପାଇଁ ସହରର ବିଭିନ୍ନ ଜାଗାକୁ ଯାଇ ଖୋଜି ବୁଲୁଛନ୍ତି। ତୁରନ୍ତ ଏହି ଦୋକାନ ଗୁଡିକୁ ସ୍ଥାନାନ୍ତର ପାଇଁ ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe