ଭଞ୍ଜନଗର: ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ

Advertisment
ଭଞ୍ଜନଗର: ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ

ଭଞ୍ଜନଗର: ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ମୁଖ୍ୟ ସଡ଼କସ୍ଥିତ ଭଞ୍ଜ ସାହିତ୍ୟ ପରିଷଦ ସମ୍ମୁଖରେ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରି ଜନସାଧାରଣଙ୍କୁ ଦହିପଣା ବାଣ୍ଟିଥିଲେ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ଏଭଳି ଥଣ୍ଡା ପାନୀୟ ବଣ୍ଟନ ବ୍ୟବସ୍ଥା କରାଯିବ ସହ ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ସଚେତନ ମଧ୍ୟ କରାଯାଇଥିଲା। ଏଥିରେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ସନ୍ତୋଷ କୁମାର ଜେନାଙ୍କ ପୋରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ, ଅଜିତ କୁମାର ତ୍ରିପାଠୀ, ଦୁର୍ଗା ମାଧବ ଦାସ, ଚିନ୍ମୟ ବେବର୍ତ୍ତା, ଶଙ୍କର୍ଷଣ ତ୍ରିପାଠୀ, ସମ୍ବାଦ ଜିଲ୍ଲା ପ୍ରତିନିଧି ଜ୍ଞାନ ଚାନ୍ଦ ଜଗନ୍ନାଥ, ବିଶ୍ୱମ୍ବର ଜେନା ପ୍ରମୁଖ ରାସ୍ତାରେ ଯାଉଥିବା ପଥିକମାନଙ୍କୁ ପାନୀୟ ଜଳ ପ୍ରଦାନ କରିଥିଲେ। ସମ୍ବାଦ ସାହିତ୍ୟ ଘରର ଏଭଳି ନିଆରା ପ୍ରୟାସ ପାଇଁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe