ଭଦ୍ରକ: ରାଣୀତାଲ ଅଞ୍ଚଳରୁ ବ୍ରାଉନ୍‌ ସୁଗାର ଜବତ, ୨ ଅଟକ  

Advertisment
୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ  ରାଣୀତାଲ ନିକଟବର୍ତ୍ତୀ ଅଞ୍ଚଳର ପୁଲିସ ଆଜି ଏକ ବ୍ରାଉନ୍‌ ସୁଗାର ଚୋରାକାରବାର କରୁଥିବା ଟିମ୍‌ କୁ ଧରିବାରେ ସଫଳ ହୋଇଛି। ଏଇ ବ୍ରାଉନ ସୁଗାର ଚୋରାର କାରବାର କରୁଥିବା ଦୁଇ ଯୁବକ ବାଲେଶ୍ୱରରୁ ବ୍ରାଉନ ସୁଗାର  ଆଣି ଭଦ୍ରକ  ଆଡକୁ ଆସୁଥିଲେ। କୌଣସି ସୂତ୍ରରୁ ପୁଲିସ ଖବର ପାଇ ସେମାନଙ୍କୁ ପିଛା କରିଥିଲା। ଦୁଇ ଯୁବକ ଏକ ବାଇକ୍‌ ଯୋଗେ ଖସି  ପଳାଇ  ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରି  ନେଇଥିଲା। ଥାନାରେ ଅଟକ ଥିବା ଦୁଇ ଯୁବକଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଥିବା ବେଳେ ପୁଲିସ ଏଇ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ  ନିଜର କାରବାର ଚଳାଇଥିବା ଏକ ବଡ ରାକେଟ୍‌ ର ଫର୍ଦ୍ଦା ଫାଶ୍‌ କରିବାକୁ ଭଦ୍ରକ ପୁଲିସ ଓ ବାଲେଶ୍ୱର ପୁଲିସ ଜାଲ ବିଛାଇ ଥିବା ଜଣାପଡିଛି। ଖୁବ୍‌ ଶୀଘ୍ର ଭଦ୍ରକ ପୁଲିସକୁ ଏଇ ବ୍ରାଉନ ସୁଗାର ଜବତ ଘଟଣାରେ ଏକ ବଡ ରାକେଟର ସଂପୃକ୍ତିକୁ ନେଇ ଫର୍ଦ୍ଦା ଫାଶ  ହେବାକୁ ଯାଉଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାରୁ ଅଟକ ରହିଥିବା ଯୁବକଙ୍କ ନାମ ପ୍ରକାଶ କରିବାକୁ ଚାହୁଁ ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe