ରାଉରକେଲା: ରାଉରକେଲାସ୍ଥିତ ବଣେଇ ବ୍ଲକ୍ ବଡ଼ ଗଗୁଆ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗିରଫ ହୋଇଥିବା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମ ଗାୟତ୍ରୀ ଜୟପୁରିଆ ବୋଲି ଜଣାାପଡ଼ିଛି।
ସୂଚନାଯୋଗ୍ୟ, ଗାୟତ୍ରୀ ଜୟପୁରିଆଙ୍କ ପୂର୍ବରୁ ଯତୀନ କୁମାର ମିଶ୍ର ଏହି ପଦରେ କାର୍ଯ୍ୟ କରୁଥିଲେ। ତାଙ୍କର ୩୧,୦୭,୨୦୨୯ରେ ଚାକିରି ଶେଷ ହୋଇଥିଲା। ଏହାପରେ ଗାୟତ୍ରୀଙ୍କୁ ବଣେଇ ବ୍ଲକ୍ ବଡ଼ ଗଗୁଆ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। ତେବେ ଯତୀନଙ୍କ ପେନସନରେ ଅସୁବିଧା ହୋଇଥିଲା। ତେଣୁ ସେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଥିଲେ ହେଁ କୌଣସି ସମାଧାନ ହୋଇ ପାରି ନଥିଲା।
ପେନ୍ସନ୍ କାଗଜ ପତ୍ର ଠିକ୍ କରିବା ପାଇଁ ଗାୟତ୍ରୀ ଜୟପୁରିଆ ଅବସରପ୍ରାପ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ କୁମାର ମିଶ୍ରଙ୍କ ପୁଅ ନିତିନଙ୍କ ଠାରୁ ୬ହଜାର ଲାଞ୍ଚ ମାଗିଥିଲେ। ଏହି ଘଟଣା ଯତୀନ ରାଉରକେଲା ଭିଜିଲାନ୍ସକୁ ଜଣାଇ ଦେଇଥିଲେ। ଆଜି ଗାୟତ୍ରୀ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଯୋଜନା ବଦ୍ଧ ଭାବେ ଲୁଚି ରହିଥିବାର ରାଉରକେଲା ଭିଜିଲାନ୍ସ ହାତରେ ଧରା ପଡି ଯାଇଥିଲେ।
Follow Us