ମହିଳାଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କର୍ଲାଖୁଣ୍ଟା ଗାଁର ରମଣ ଡୁଙ୍ଗୁରିଙ୍କ ସ୍ତ୍ରୀ ହେମଲତା ଡୁଙ୍ଗୁରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ହେମଲତାଙ୍କ ବାପଘର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

କର୍ଲାଖୁଣ୍ଟାର ରମଣ ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳର ହେମଲତାଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ଦୁଇ ବର୍ଷ ବୟସର ସନ୍ତାନ ଅଛି। ରମଣଙ୍କ କହିବା ଅନୁସାରେ, ବୁଧବାର ହେମଲତାଙ୍କ ପିତାମାତା କୌଣସି କାମରେ ଭବାନୀପାଟଣା ଆସିଥିଲେ। ତେବେ ଗାଡ଼ି ଯୋଗାଡ଼ ହୋଇ ନ ପାରିବାରୁ ହେମଲତା ତାଙ୍କ ପିତାମାତାଙ୍କୁ ଭେଟିବାକୁ ଯାଇପାରି ନଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିଲେ। କିନ୍ତୁ ହେମଲତାଙ୍କ ବାପଘର ଲୋକ ସ୍ବାମୀ ରମଣଙ୍କ ନାମରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe