ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

Advertisment
ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

the Indian express

ଚଣ୍ଡିଖୋଲ/ବଡ଼ଚଣା: ଜନୈକା ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଡ଼ଚଣା ଥାନା ପୁଲିସ ଜଣେ ଯୁବ ଇଞ୍ଜିନିୟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ପୁହାଣ (୩୨)। ବଡ଼ଚଣା ଥାନା ଅଞ୍ଚଳର ଜଣେ ମହିଳା କିଛି ବର୍ଷ ପୂର୍ବରୁ ବିବାହ କରିଥିଲେ। କୌଣସି କାରଣରୁ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। ଏହାପରେ ନିଜର ଶିଶୁକନ୍ୟା ସହ ମହିଳାଜଣକ ଭୁବନେଶ୍ୱରରେ ରହି ଆସୁଥିଲେ। ୨୦୧୪ ରୁ ଏହି ମହିଳାଙ୍କ ସହ ଗୋବିନ୍ଦ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମସମ୍ପର୍କ ରଖିଥିଲେ। ଶାରୀରିକ ଶୋଷଣ କରିବା ସହ ମହିଳାଙ୍କଠାରୁ ଅର୍ଥ ହଡ଼ପ କରୁଥିଲେ। ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଦୁହେଁ ଭୁବନେଶ୍ୱରରେ ଲିଭ୍‌ ଇନ୍‌ ରିଲେସନରେ ରହି ଆସୁଥିଲେ ବୋଲି ମହିଳାଜଣକ କହିଛନ୍ତି। ପରେ ଗୋବିନ୍ଦ ବିବାହ କରିବା ପାଇଁ ଅରାଜି ହେବା ସହ ମହିଳାଙ୍କଠାରୁ ଦୂରେଇ ଯାଇଥିଲେ। ଶେଷରେ ସଂପୃକ୍ତ ମହିଳା ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏ ସଂକ୍ରାନ୍ତରେ କେସ୍‌ ନମ୍ବର ୩୭/୨୧ରେ ଦଫା ୪୧୭/୪୯୩/୪୨୦/୨୯୪/୫୦୬/୫୦୦/୩୪ ଆଇପିସି ରୁଜୁ ହୋଇଛି। ଅଭିଯୁକ୍ତ ଗୋବିନ୍ଦ ଭୁବନେଶ୍ୱର ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ମହମ୍ମଦ ସୁରଜ ଭୁବନେଶ୍ୱର ଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଗିରଫ ଗୋବିନ୍ଦ ପୁହାଣ ରାୟଗଡ଼ାଠାରେ ଏକ କମ୍ପାନିରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe