ରାସ୍ତା କାମ ଶ୍ରମିକଙ୍କୁ ଠିକାଦାର ମଜୁରୀ ଦେଇ ନଥିବା ଅଭିଯୋଗ

Advertisment
ରାସ୍ତା କାମ ଶ୍ରମିକଙ୍କୁ ଠିକାଦାର ମଜୁରୀ ଦେଇ ନଥିବା ଅଭିଯୋଗ

ଜୟପୁର: ବୋରିଗୁମ୍ମା ବ୍ଲକର ସର୍ଗିଗୁଡା ପଞ୍ଚାୟତର ସାନଦୁବୁଲି ନିକଟରେ ନୂଆରେ ନିର୍ମାଣ କରାଯାଇଥିବା ପିଚୁରାସ୍ତା କାମରେ ନିୟୋଜିତ ୧୫ଜଣ ମହିଳା ଶ୍ରମିକଙ୍କର ମଜୁରୀ ଗତ ଦୁଇମାସ ହେବ ଠିକାଦାର ଦେଉ ନଥିବା ଅଭିଯୋଗ ହୋଇଛି।

ଏହି ମହିଳାଙ୍କୁ ନେଇ ସମାଜସେବୀ ବି.ହରିରାଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଠିକାଦାର ଜଣକ ଆଜି କାଲି ଦେବି ବୋଲି କହି ଶ୍ରମିକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ କରି ଆଇନଗତ ପଦକ୍ଷେପ ନେବେ ବୋଲି ଜିଲ୍ଲାଶ୍ରମ ଅଧିକାରୀ ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe