ରାୟଗଡ଼ା: ରାସ୍ତା ଉପରେ ଜଳିଗଲା କାର, ସମସ୍ତ ଯାତ୍ରୀ ସୁରକ୍ଷିତ

Advertisment
ରାୟଗଡ଼ା: ରାସ୍ତା ଉପରେ ଜଳିଗଲା କାର, ସମସ୍ତ ଯାତ୍ରୀ ସୁରକ୍ଷିତ

ରାୟଗଡ଼ା/ବିଷମ କଟକ: ଆଜି ଅପରାହ୍ଣରେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରୁ ଏକ ପରିବାର ଏକ କାର ଯୋଗେ ଗତିଗୁଡ଼ା ଯାଉଥିିବା ବେଳେ ହଠାତ କାରଟି ଜଳି ଉଠିଥିଲା। କାରର ଇଞ୍ଜିନରୁ ହଠାତ ନିଆଁ ଉଠିବାରୁ କାର ଡ୍ରାଇଭର ଏହାକୁ ରାସ୍ତା ଉପରେ ରଖିଦେଇଥିଲେ ଓ ସମସ୍ତଙ୍କୁ ତୁରନ୍ତ ଗାଡ଼ିରୁ ଓହ୍ଲାଇଯିବାକୁ କହିଥଲେ।। କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିିତ ଭାବେ ସେଥିରୁ ଓହ୍ଳାଇ ଦୂରକୁ ଚାଲିଯାଇଥିଲେ। କାରଟି ରାସ୍ତା ଉପରେ କିଛି ସମୟ ହୁତୁହୁତୁ ହୋଇ ଜଳିବା ପରେ ଖବର ପାଇ ଦମକଳ ସେଠାରେ ପହଞ୍ଚି ନିଆଁକୁ ଲିଭାଇଥିିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe