ରାୟଗଡ଼ାରେ ଟିପ୍ପର-କାର ଧକ୍କା: ମହିଳା ମୃତ, ୩ ଗୁରୁତର

Advertisment
ରାୟଗଡ଼ାରେ ଟିପ୍ପର-କାର ଧକ୍କା: ମହିଳା ମୃତ, ୩ ଗୁରୁତର

ରାୟଗଡା: ସକାଳ ୧୦ ଟାରେ କୋଟଲାଗୁଡ଼ା ମା ତାରିଣୀ ମନ୍ଦିର ନିକଟରେ ଏକ ସୁଇପ୍ଟ ଡ଼ିଜାଇର କାର ଏବଂ ଟିପ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ପ୍ରତିସ୍ୱନୀ ମଲ୍ଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। କାରରେ ବସିଥିବା ସ୍ୱାମୀ, ଭାଣିଜୀ ଓ ପୁତୁରା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗ୍ରାମବାସୀ ଆହତଙ୍କୁ ଉଦ୍ଧାର ପରେ ଆମ୍ବୁଲାନ୍‌ସରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଏଚଏଏଲରେ କାର୍ଯ୍ୟରତ ଶ୍ୟାମଘନ ମଲ୍ଲିକ, ପତ୍ନୀ ପ୍ରତିସ୍ୱନୀ, ଭାଣିଜୀ ନାଲୁମା ପ୍ରଧାନ ଏବଂ ପୁତୁରା ପ୍ରଜ୍ଞା କୁଳଦୀପ ଏକ କାର(ଓଡି ୧୦ଜି ୦୨୩୨)ରେ ନିଜ ଘର ଫୁଲବାଣୀକୁ ଯାଉଥିଲେ। ତେବେ ରାୟଗଡ଼ା ସହର ପୂର୍ବରୁ କୋଟଲାଗୁଡ଼ା ମା ତାରିଣୀ ମନ୍ଦିର ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟିପ୍ପର ସହ ଧକ୍କା ହେବା ପରେ କାର୍‌ ଚାଳକ ନିୟନ୍ତ୍ରଣ ହରାଇ ପାର୍ଶ୍ୱରେ ଥିବା ଏକ ପାହାଡ଼କୁ ଧକ୍କା ଦେଇଥିଲା। ଫଳରେ ପତ୍ନୀ ପ୍ରତିସ୍ୱନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ତାଙ୍କ ସ୍ୱାମୀ ଶ୍ୟାମଘନ, ଭାଣିଜୀ ନାଲୁମା ଓ ପୁତୁରା ପ୍ରଜ୍ଞା ଗୁରୁତର ଆହତ ହେବାରୁ ଜିଲ୍ଲା ଚିକିତ୍ସାଳୟଳକୁ ନିଆଯାଇଥିଲା। ପୁତୁରା ପ୍ରଜ୍ଞାଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ଶ୍ୟାମଘନ ଓ ଭାଣିଜୀ ନାଲୁମା ଗୁରୁତର ଆହତ ହୋଇଥିବାରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିବା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି। ମୃତ ପ୍ରତିସ୍ୱନୀଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରାୟଗଡ଼ା ପୋଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ଦୁର୍ଘଟଣାରେ ଆହତଙ୍କୁ ଜରୁରୀ କାଳୀନ ଚିକିତ୍ସା ପାଇଁ ସ୍ୱତନ୍ତ୍ର କକ୍ଷ ନାହିଁ। ତେଣୁ ଆଜି ପ୍ରାଥମିକ ଚିକିତ୍ସା ପରେ ଆହତ ତିନି ଜଣଙ୍କୁ ମେଡିକାଲ କର୍ତ୍ତୃପକ୍ଷ ପୁରୁଷ କ୍ୟାବିନ ତଳେ ଶୁଆଇ ଚାଲିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe