ଲୁହାପଥର ବୋଝେଇ ଟ୍ରକ୍‌ ସହ କାର ଜବତ, ୪ ଗିରଫ

Advertisment
ଲୁହାପଥର ବୋଝେଇ ଟ୍ରକ୍‌ ସହ କାର ଜବତ, ୪ ଗିରଫ

ବଡ଼ବିଲ: ବଡ଼ବିଲ ପୁୁଲିସ ଏକ ଚୋରା ଲୁହାପଥର ବୋଝେଇ ଟ୍ରକ୍ ସହ ଏହାକୁ ସୁରକ୍ଷା ଦେଉଥିବା କାର୍‌କୁ ଜବତ କରିଛି। ଖଣିଜ ଚୋରା କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ସାମିଆନପାଲି ଗ୍ରାମର ଶ୍ରୀପତି ପ୍ରଧାନ, ଉଦିତନଗର ଅଞ୍ଚଳର ହିମାଂଶୁ ଶେଖର ନାହାରା, ଗୋବିନ୍ଦ ଚନ୍ଦ୍ର ସାହୁ ଓ ପୁରୀ ଜିଲ୍ଲା କଣାସ ଥାନା ଏକାରୁଖା ଗ୍ରାମର ଟ୍ରକ୍‌ ଚାଳକ ପ୍ରଶାନ୍ତ କୁମାର ପରିଡ଼ା।

ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଶଙ୍ଖଝର ଗ୍ରାମ ନିକଟ ଜଙ୍ଗଲରୁ ଏକ ଟ୍ରକ୍‌ (ଓଡି-୦୪-ପି-୫୮୯୨)ରେ ଲୁହାପଥର ବୋଝେଇ କରି ଚୋରା ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ଓ ପୁଲିସ ଟିମ୍‌ ଶଙ୍ଖଝର ଗ୍ରାମ ଜଙ୍ଗଲ ରାସ୍ତାରେ ଜଗି ରହିଥିଲେ। ଏହି ସମୟରେ ସୁରକ୍ଷା ଦେବା ପାଇଁ ଆଗରେ ଆସୁଥିବା ଏକ କାର୍‌ (ଓଡି-୦୨-ଏଏ-୬୩୧୨) ଓ ତା ପଛରେ ଆସୁଥିବା ଲୁହାପଥର ବୋଝେଇ ଟ୍ରକ୍‌କୁ ଅଟକାଇ ପୁଲିସ କାଗଜପତ୍ର ଯାଞ୍ଚ କରିଥିଲା। ଟ୍ରକ୍‌ର ସମସ୍ତ କାଗଜପତ୍ର ନକଲି ବୋଲି ଜଣାପଡ଼ିଥିଲା। ପୁଲିସ ଉଭୟ ଟ୍ରକ୍‌ କାର୍‌କୁ ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe