ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହେବା ଘଟରାର ସାଢ଼େ ୬ମାସ ପରେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ବରଗଡ଼ର ଟଲିପଡ଼ା ଅଞ୍ଚଳରୁ ଜଣଙ୍କ ଘରୁ ଏହି ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିବା କୁହାଯାଉଛି। ତେବେ ଶିଶୁଟି ପ୍ରକୃତରେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରୁ ନିଖୋଜ ହୋଇଯାଇଥିିବା ଶିଶୁ କିମ୍ବା ଅନ୍ୟ କେହି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ଏହି ଶିଶୁ ଯାହାଘରୁ ମିଳିଛି, ସେହି ଦମ୍ପତିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଉଦ୍ଧାର ଶିଶୁଟିର ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ କହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ମାର୍ଚ୍ଚ ମାସ ୨୧ ତାରିଖ ରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୁଜୁମୁରାର ଗୀତାଞ୍ଜଳି ଅନିରୁଦ୍ଧ ମାଝି ନାମକ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମାତ୍ର ଗତ ୨୨ ତାରିଖ ରାତିରେ ଗୀତାଞ୍ଜଳି ଅନିରୁଦ୍ଧ ମାଝିଙ୍କ ଏହି ନବଜାତ ଶିଶୁପୁତ୍ରଟି ଚୋରି ହୋଇଯାଇଥଲା। ସେହିଦିନରୁ ନିଜ ପିଲାକୁ ନ ପାଇଲେ ଘରକୁ ଫେରିବେ ନାହିଁ ବୋଲି ଅଡ଼ିବସି ଗୀତାଞ୍ଜଳି ଡାକ୍ତରଖାନରେ ରହିଛନ୍ତି। ସମ୍ବଲପୁର ଡାକ୍ତରଖାନାରେ ପିଲା ଚୋରି ନେଇ ସମଗ୍ର ରାଜ୍ୟରେ ହୁଲୁସ୍ତୁଲ ପଡ଼ି ଯାଇଥିିଲା। ଏପରିକି ସିସିଟିଭି ଫୁଟେଜ୍‌ରେ ମଧ୍ୟ ଜଣେ ମହିଳା ଶିଶୁଟିକୁ ନେଇ ପଳାଇ ଯାଉଥିବା ଦେଖିବାକୁ ମିଳିଥିଲା। ଏହା ସତ୍ତ୍ୱେ ପୁଲିସ ପିଲା ଚୋରଣୀଙ୍କୁ ଧରିବାରେ ବିଫଳ ହୋଇଥିଲା। ତେବେ ଗତ ଜୁଲାଇ ମାସରେ ଜଣେ ମହିଳା ସନ୍ଦେହ ଜନକଭାବେ ଡାକ୍ତରଖାନରେ ବୁଲୁଥିବା, ଗୀତାଞ୍ଜଳିଙ୍କ ପାଖକୁ ଯାଉଥିବାରୁ ତାଙ୍କୁ ନେଇ ସେଠାରେ ମୂତୟନ ମହିଳା ହୋମଗାର୍ଡଙ୍କର ସନ୍ଦେହ ବଢ଼ିଥିଲା। ଏ ନେଇ ସେ ପୁଲିସକୁ ସୂଚନା ଦେବାରୁ ପୁଲିସ ଡାକ୍ତରଖାନାରେ ପହ୍ୟଞ୍ଚି ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ମାତ୍ର ସେଥିରୁ ମଧ୍ୟ କୌଣସି ସୁଫଳ ପୁଲିସକୁ ମିଳି ନ ଥିଲା।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ୨୦୧୭ ମସିହା ମାର୍ଚ୍ଚ ମାସ ୨୨ ତାରିଖ ରାତିରେ ଚୋରି ହୋଇଯାଇଥିବା ଗୀତାଞ୍ଜଳି ଅନିରୁଦ୍ଧ ମାଝିଙ୍କ ନବଜାତ ଶିଶୁପୁତ୍ରକୁ ପୁଲିସ ଠାବ କରିଥିବା କୁହାଯାଉଛି। ତେବେ ଶିଶୁଟିର ପ୍ରକୃତ ପରିଚୟ ଜାଣିବା ପାଇଁ ପୁଲିସ ଡିଏନଏ ଟେଷ୍ଟ କରିବ ବୋଲି କହିଛି।

ତେବେ ଗତ କାଲି ବିଜେପି ମହିଳା ମୋର୍ଚ୍ଚାକୁ ଏକ ସୂଚନା ମିଳିଥିଲା ଯେ ବରଗଡ଼ ଟଲିପାଲିରେ ଏକ ନିଃସନ୍ତାନ ଦମ୍ପତିଙ୍କ ପାଖରେ ଏକ ଶିଶୁପୁତ୍ର ଗତ କିଛି ଦିନ ହେବ ରହୁଛି। ଏହି ଆଧାରରେ ମହିଳାମୋର୍ଚ୍ଚା ପକ୍ଷରୁ ସମ୍ପୃକ୍ତ ଦମ୍ପତିଙ୍କୁ ଯୋଗାଯୋଗ କରାଯିବାରୁ, ଦମ୍ପତି ମହିଳାମୋର୍ଚ୍ଚା ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ମହିଳା ମୋର୍ଚ୍ଚା ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ କରାଯିବାରୁ ପୁଲିସ ଟଲିପଡ଼ାରେ ପହଞ୍ଚିଥିଲା। ସେଠାରେ ଶିଶୁପୁତ୍ରଟିକୁ ଉଦ୍ଧାର କରିବା ସହିତ ଦମ୍ପତିିଙ୍କୁ ଧରି ଟାଉନ୍‌ ଥାନାକୁ ଆଣିଛି।
ଅପରପକ୍ଷେ ଏହି ଦମ୍ପତି ପୁଲଏିସକୁ ଏକ ସତ୍ୟପାଠ ଦର୍ଶାଉଛନ୍ତି। ଯେଉଁଥିରେ ସେମାନେ ଏହି ଶିଶୁଟିକୁ ପୈଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି ବୋଲି ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe