ଡାକ୍ତର ବିମଳ ରଥଙ୍କ ସ୍ମୃତିରେ ବୃକ୍ଷରୋପଣ

Advertisment
ଡାକ୍ତର ବିମଳ ରଥଙ୍କ ସ୍ମୃତିରେ ବୃକ୍ଷରୋପଣ

Sambad

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣାଶୁଣା ଡାକ୍ତର, ସମାଜସେବୀ ବିମଳ ରଥଙ୍କ ସ୍ମୃତିରେ ଡଃ. ବିମଳ ରଥ ସ୍ମୃତି କମିଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବରୁଣେଇ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା କବିତାରାଣୀ ମିଶ୍ର, ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି, ସତ୍ୟବାଦୀ ବଳିଆରସିଂହ, ଅଖିଳ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ ରତ୍ନାକର ରଣସିଂହ, ରମେଶ ଚନ୍ଦ୍ର ପ୍ରଧାନ, ଡଃ. ବୃନ୍ଦାବନ ପଣ୍ଡା, ଅରୁଣ ଭଞ୍ଜଦେଓ, ଶଙ୍କର୍ଷଣ ମିଶ୍ର, ଡଃ. ଚପଳା ପଣ୍ଡା, ପ୍ରଦୀପ୍ତ କୁମାର ଦାସ, ଇନ୍ଦୁଭୂଷଣ ଭଞ୍ଜ, ମହମ୍ମଦ କେଫାତୁଲ୍ଲା, ଧନେଶ୍ୱର ଦାସ, ନୀଳମାଧବ ଦାସ ପ୍ରମୁଖ ଯୋଗଦେଇ ବୃକ୍ଷ ଚାରାରୋପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଡଃ. ରଥଙ୍କ ନିସ୍ୱାର୍ଥପର ସ୍ୱାସ୍ଥ୍ୟସେବା ଓ ଖୋର୍ଦ୍ଧାର ବିକାଶ ପାଇଁ ଯୋଗଦାନର ସ୍ମୃତିଚାରଣ କରିବା ସହ। ଏକ ଟ୍ରଷ୍ଟ ଗଠନ କରି ତାଙ୍କ ସ୍ମୃତିରେ ଜଣେ ସେବାପରାୟଣ ଡାକ୍ତରଙ୍କୁ ସମ୍ମାନିତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।

ଏହି ସମ୍ମାନ ଆସନ୍ତା ସେପ୍ଟେମ୍ବର ୨ ଡଃ. ରଥଙ୍କ ଜୟନ୍ତୀ ଉତ୍ସବରେ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଡଃ. ରଥଙ୍କ ନାମରେ ବିଜ୍ଞାନ ପାର୍କର ନାମକରଣ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାନାମା କାର୍ଯ୍ୟକାରୀ ହେବା, ଡଃ. ରଥଙ୍କ ବାସଭବନ ପର୍ଯ୍ୟନ୍ତ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା, ବାଟମଙ୍ଗଳା ଛକରେ ଏକ ପ୍ରତିମୂର୍ତି ସ୍ଥାପନ, ପାଠାଗାର ପ୍ରତିଷ୍ଠା, ସ୍କୁଲ, କଲେଜରେ ତାଙ୍କ ଜୀବନୀ ଆଧାରିତ ପ୍ରତିଯୋଗିତା ଆଦି କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡଃ. ରଥଙ୍କ ପରିବାର ପକ୍ଷରୁ ଇଂ. ଅରୁଣ କୁମାର ମିଶ୍ର, ସ୍ମୃତି ରଥ, ଅପରାଜିତା ରଥ, ଆର୍ଯ୍ୟା ମିଶ୍ର, ଅଂଶୁଲ କୁମାର ନନ୍ଦଙ୍କ ସହ ଖୋର୍ଦ୍ଧା ନାଗରିକ ମଞ୍ଚର ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ସାମ୍ବାଦିକ ସମରେନ୍ଦ୍ର ବଳିଆରସିଂହ, ପ୍ରଦୋଷ କୁମାର ସାହୁ, ଗଦାଧର ରଥ ପ୍ରମୁଖ ପରିଚାଳନା କରିଥିଲେ। ନିଉ ଥିଙ୍କିଙ୍ଗ୍ ଫୋରମର ସମ୍ପାଦକ ନରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe