ଢ଼େଙ୍କାନାଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ

Advertisment
ଢ଼େଙ୍କାନାଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ

ଢେଙ୍କାନାଳ:ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ ପାଖରେ ଏକ ଟ୍ରକ ସହିତ ବାଇକର ଧକ୍କା ହେବା ଫଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଅମ୍ବୁଜ ମଲ୍ଲିକ(୩୬ ବର୍ଷ) ନାମକ ଜଣେ ଯୁବକ ନିଜ ୩ ବର୍ଷର ପୁଅ କୃଷ୍ଣ , ୪ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ଓ ପତ୍ନୀ ରାଧାରାଣୀଙ୍କ ସହିତ ଜାତୀୟ ରାଜପଥରେ ଢେଙ୍କାନାଳ କାଲେଜ ବାଇପାସ ନିକଟରେ ଯାଉଥିବା ବେଳେ କଟକରୁ ଅନୁଗୁଳ ଆଡକୁ ଯାଉଥିବା ଓଡି ୦୫ ଏଡି ୯୨୬୬ ନମ୍ବର ବିଶିଷ୍ଟ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁଅ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଅମ୍ବୁଜଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ରାଧାରାଣୀଙ୍କୁ ଡାକ୍ତରଖାନାରେ କରାଯାଇଥିଲା। ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ମେଡିକାଲ ଡାକ୍ତର ଘୋଷଣା କରିଛନ୍ତି।  ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚ ଟ୍ରକକୁ ଜବତ କରିଛି । ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe