୫ମାସର ପୁଅକୁ ଘର ବାହାରେ ରଖି କିରୋସିନ୍‌ ଢ଼ାଳି ଆତ୍ମହତ୍ୟା କଲା ମା’

Advertisment
ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: : ଭଞ୍ଜନଗର ତାରସିଙ୍ଗ ଥାନା ଅନ୍ତର୍ଗତ ପାଟରାପଲ୍ଲୀ ଗ୍ରାମରେ ସୋମବାର ଜଣେ ମହିଳା କିରାସିନ୍‌ ଢ଼ାଳି ହୋଇ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି, ଉପେନ୍ଦ୍ର ବିଶୋଇଙ୍କ ପତ୍ନୀ ସନ୍ଧ୍ୟା ବିଶୋଇ (୨୬)।

ସୂଚନାଯୋଗ୍ୟ, ଆଜି ଘରେ କେହି ନଥିବା ସମୟରେ ସନ୍ଧ୍ୟା ବିଶୋଇ ଅପରାହ୍ନ ୪ଟା ପାଖାପାଖି ନିଜ ୫ମାସର ପୁଅକୁ ଘର ବାହାରେ ରଖି ଆତ୍ମହତ୍ୟା କରିଥିବା ନେଇ ସ୍ଥାନୀୟଲୋକେ ସୂଚନା ଦେଇଛନ୍ତି। ତେବେ ସନ୍ଧ୍ୟା ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତାରାସିଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe