୫୧୪ କିଲୋ ଗଂଜେଇ ଜବତ, ଅଭିଯୁକ୍ତ ଫେରାର

Advertisment
୫୧୪ କିଲୋ ଗଂଜେଇ ଜବତ, ଅଭିଯୁକ୍ତ ଫେରାର

ବୈପାରୀଗୁଡା:  ବୈପାରୀଗୁଡା ଥାନାକୁ ପୁଣି ଏକ ସଫଳତା ମିଳିଥିବା ଜଣାପଡିଛି । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଜି.ମାଝୀଗୁଡା ପଂଚାୟତର  କଟରାଗୁଡା ଗ୍ରାମର ଗୌର ଚନ୍ଦ୍ର କ୍ଷୀନବାରଙ୍କ  ଘରୁ ୫୧୪ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗତକାଲି ଅପରାହ୍ନ ତିନିଟା ବେଳେ  ବୈପାରୀଗୁଡା ପୁଲିସ ଖବର ପାଇ ସଂଧ୍ୟା ସାତଟା ବେଳେ ଗୈାରଚନ୍ଦ୍ର ଘରେ ଏସ୍ଆଇ ସନ୍ତୋଷ କୁମାର ପାତ୍ର ଏବଂ ଷ୍ଟାଫ୍ ସହିତ ମିଳିତ ଚଢ଼ାଉ କରିଥିଲେ।

ଅତିରିକ୍ତ ତହସିଲଦାର ସଞ୍ଜିବ ସାହୁ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଓଜନ କରିବା ପରେ କୋଡ଼ିଏଟି ବସ୍ତାରୁ ୫୧୪ କିଲୋ ଗଂଜେଇ ଥିବା ଜଣାପଡିଥିଲା।  ଥାନା ଅଧିକାରୀ ଈଶ୍ୱେର ତାଣ୍ଡି ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଘରୁ ୨୦ ପକେଟରେ ୫୧୪ କିଲୋ   ଗଞ୍ଜେଇ ଜବତ କରାଯାଇଛି । ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ବ୍ୟାଙ୍କ ଜମା ଖାତା ଏବଂ ଭୋଟର ଆଇଡି ଜବତ କରାଯାଇଛି । ବୈପାରୀଗୁଡା ଥାନା କେସ ନମ୍ବର ୧୪୪/୨୧ ଅନୁଯାୟୀ   ଏହି ଘିଟଣାର ତଦନ୍ତ ଆଇଆଇସି ଈଶ୍ଵର ତାଣ୍ଡି କରୁଥିବା  ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe