ନୀଳଗିରି: ନୀଳଗିରି ବଜାର ଉପରେ ନିଶାସକ୍ତ ହୋଇ ବିଡିଓଙ୍କ ଗାଡ଼ି ଓ ପୁଲିସ ଗାଡ଼ି ଭଙ୍ଗାରୁଜା କଲେ ଯୁବକ। ଆଜି ଅପରାହ୍ନରେ କାହାଳିଆ ଅଞ୍ଚଳର ଯୁବକ ବିରା ଓରଫ୍ ସମୀର ପଣ୍ଡା ନୀଳଗିରି ସହର ଦୁର୍ଗା ମଣ୍ଡପ ଠାରେ ନିଶାସକ୍ତ ହୋଇ ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ବିଡିଓଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଲେ ସମୀର ପୁଲିସକୁ ପିଟିବା ପାଇଁ ଗୋଡ଼ାଇଥିଲେ। ଏହା ସହିତ ପୁଲିସ ଗାଡ଼ିକୁ ବି ଭଙ୍ଗାରୁଜା କରିଥିଲେ। କେବଳ ସେତିକି ନୁହେଁ, ସମୀର ରାସ୍ତାରେ ଯିବାଆସିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଏଇଭିତରେ ସମୀର ନିଜେ ମଧ୍ୟ ଲହୁଲୁହାଣ ହୋଇଥିଲେ। ଉନ୍ମତ୍ତ ସମୀରଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ କାବୁ କରି ନୀଳଗିରି ମେଡିକାଲ୍ରେ ଭର୍ତି କରିଥିବା ଜଣାପଡ଼ିଛି।
ପୁଲିସକୁ ପିଟିଲେ, ବିଡିଓଙ୍କ ଗାଡ଼ି ଭାଙ୍ଗିଲେ ନିଶାସକ୍ତ ଯୁବକ
Advertisment
Follow Us