ରିଷିଡ଼ାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସର୍ବପୁରାତନ ରିଷିଡ଼ା ଦୁର୍ଗାପୂଜା ଚଳିତବର୍ଷ ୬୯ ତମ ବର୍ଷରେ ପଦାର୍ପଣ କରିଛି। ରବିବାର ଦିନ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଠାରୁ ଗୁରୁବାର ଯାଏ ମହାସମାରୋହରେ ପୂଜା ଅନୁଷ୍ଠିତ ହେବ।

Rishida

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସର୍ବପୁରାତନ ରିଷିଡ଼ା ଦୁର୍ଗାପୂଜା ଚଳିତବର୍ଷ ୬୯ ତମ ବର୍ଷରେ ପଦାର୍ପଣ କରିଛି। ରବିବାର ଦିନ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଠାରୁ ଗୁରୁବାର ଯାଏ ମହାସମାରୋହରେ ପୂଜା ଅନୁଷ୍ଠିତ ହେବ। ପୂଜା କମିଟି ସଭାପତି ଅଶୋକ କୁମାର ତ୍ରୀପାଠୀ, ଉପସଭାପତି ନରୋତ୍ତମ ସେଲମା, ସଂପାଦକ ଦୁଷ୍ମନ୍ତ ଲେଙ୍କା, ସହସଂପାଦକ ରଞ୍ଜନ କୁମାର ନାଏକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଥା ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଅର୍କେଷ୍ଟା, ମହିଳାଦଣ୍ଡନୃତ୍ୟ, ମହିଳା ଲକ୍ଷ୍ମୀସୁଆଙ୍ଗ ଓ ମହିଷାମର୍ଦ୍ଦନୀ ନାଟକ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି। ଏହାର ମୁଖ୍ୟ ଆକର୍ଷଣ ରାବଣପୋଡ଼ି ହେବ। 

ଅଞ୍ଚଳରେ ଅନ୍ୟ କେଉଁଠି ରାବଣପୋଡ଼ି ହେଉନଥିବାରୁ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। ପ୍ରକାଶଥାଉ କି ସ୍ୱାଧୀନତାର କିଛିବର୍ଷ ପରେ ତତ୍କାଳୀନ ରିଷିଡ଼ା ଫାଣ୍ଡିଅଧିକାରୀ ମାଧବ ପ୍ରସାଦ ଚୌଧୁରୀଙ୍କ ଉଦ୍ୟମ କ୍ରମେ ତତ୍କାଳୀନ ଗ୍ରାମର ଭଦ୍ରବ୍ୟକ୍ତି ମାନେ ରିଷିଡ଼ା ଠାରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। 

ସେହିଦିନ ଠାରୁ ଅଦ୍ୟାବଧି ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ସେହିପରି ଗଜବାହାଲ ଓ କର୍ଲାମୁଣ୍ଡା ବ୍ଲକ ଠାରେ ମଧ୍ୟ ଆଜି ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। କର୍ଲାମୁଣ୍ଡା ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ହେଉଥିବା ବେଳେ ତାହା ଚଳିତବର୍ଷ ୫୨ ବର୍ଷରେ ପଦାର୍ପଣ କରିଛି। ସେହିପରି ଗଜବାହାଲ ଦୁର୍ଗାପୂଜା ଚଳିତ ବର୍ଷ ୪୮ ବର୍ଷରେ ପଦାର୍ପଣ କରିଥିବା ଜଣାଯାଇଛି।

Kalahandi | Durga Puja

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe