କଥାଟିଏ-ଯାଯାବର: ତାସ ଘର ତିଆରି

Advertisment

ଥରେ ଜେନ୍‌ ଗୁରୁ ନେନେଙ୍କ ଠାରେ ଜାତ ହେଲା ବିଚିତ୍ର କାମଟିଏ କରିବାର ଝୁଙ୍କ। ତାହା ଥିଲା ତାସକୁ ସଜାଇ ଗୋଟିଏ ତିରିଶ ମହଲା ବିଶିଷ୍ଟ ଘରଟିଏ ତିଆରି କରିବାର ଇଚ୍ଛା। ଏହା ଥିଲା ଏକ ଅତ୍ୟନ୍ତ କଷ୍ଟପ୍ରଦ କାର୍ଯ୍ୟ।

ଥରେ ଜେନ୍‌ ଗୁରୁ ନେନେଙ୍କ ଠାରେ ଜାତ ହେଲା ବିଚିତ୍ର କାମଟିଏ କରିବାର ଝୁଙ୍କ। ତାହା ଥିଲା ତାସକୁ ସଜାଇ ଗୋଟିଏ ତିରିଶ ମହଲା ବିଶିଷ୍ଟ ଘରଟିଏ ତିଆରି କରିବାର ଇଚ୍ଛା। ଏହା ଥିଲା ଏକ ଅତ୍ୟନ୍ତ କଷ୍ଟପ୍ରଦ କାର୍ଯ୍ୟ।

foot1

ଥରେ ଜେନ୍‌ ଗୁରୁ ନେନେଙ୍କ ଠାରେ ଜାତ ହେଲା ବିଚିତ୍ର କାମଟିଏ କରିବାର ଝୁଙ୍କ। ତାହା ଥିଲା ତାସକୁ ସଜାଇ ଗୋଟିଏ ତିରିଶ ମହଲା ବିଶିଷ୍ଟ ଘରଟିଏ ତିଆରି କରିବାର ଇଚ୍ଛା। ଏହା ଥିଲା ଏକ ଅତ୍ୟନ୍ତ କଷ୍ଟପ୍ରଦ କାର୍ଯ୍ୟ। କିନ୍ତୁ ଜେନ୍‌ ସାଧକମାନେ ଅନେକ ସମୟରେ ଏଭଳି କାର୍ଯ୍ୟ ସବୁ କରୁଥିଲେ। ଏଭଳି ଏକ ଅତ୍ୟନ୍ତ ସୂକ୍ଷ୍ମ କାର୍ଯ୍ୟଟିକୁ ସ˚ପାଦନ କରିବା ଲାଗି ଯେଉଁ ଧୢାନ ଓ ଯେଉଁ ସାଧନା ଲୋଡ଼ା, ତାକୁ ହାସଲ କରିବା ଏଭଳି ପ୍ରୟାସ ପଛରେ ରହୁଥିବା ମୂୂଳ ଉଦ୍ଦେଶ୍ୟ।
ତେବେ, ସେ ଯାହାହେଉ, ନେନେ ଏଭଳି କାମଟିଏ କରିବାକୁ ସ୍ଥିର କଲେ। ପ୍ରତି ଦିନ ସେ ଘଣ୍ଟା ଘଣ୍ଟା ଧରି ତାସ ସଜାଇ ଘର ତିିଆରି କରିବାର ଚେଷ୍ଟା କରୁଥିଲେ, କିନ୍ତୁ ତାହା ବାରମ୍ବାର ଭାଙ୍ଗି ପଡୁଥିଲା। ନେନେ ପୁଣି ଥରେ ତାହା ମୂଳରୁ ଆରମ୍ଭ କରୁଥିଲେ। 

ମାସଟିଏ ବିତିଗଲା। ନେନେ ସଫଳ ହୋଇପାରିଲେ ନାହିଁ। ଏମିତି ବି ହେଲା ଆଉ ମାତ୍ର ଗୋଟିଏ ମହଲା ସଜଡ଼ା ଯିବାର ବାକି ଥିବା ବେଳେ ତାସ ଘର ଭାଙ୍ଗି ପଡୁଥିଲା। କିନ୍ତୁ ନେନେ ଥିଲେ ଅବିଚଳିତ। ଦିନେ ଜଣେ ବନ୍ଧୁ ନେନେଙ୍କୁ କହିଲେ- ତୁମେ ସେଇ କାମ ପ୍ରତି ଦିନ ଘଣ୍ଟା ଘଣ୍ଟା ଧରି କରି ଚାଲୁଛ; ପୁଣି ଦିନ ଦିନ ଧରି କରି ସାରିଲଣି। ତୁମ ମନରେ ବିରକ୍ତି ବା ହତାଶା ଆସୁନାହିଁ କେମିତି?

ନେନେ କହିଲେ- ଏହା ପଛରେ ଗୋଟିଏ ସରଳ ତତ୍ତ୍ବ ଅଛି। ପ୍ରତି ଥର ବିଫଳ ହେବା ପରେ ମୁଁ ଆଶ୍ବସ୍ତ ହେଉଛି ଯେ ଯାହା ହେଉ ପରିଶେଷରେ ସଫଳ ହେବା ପୂର୍ବରୁ ମୁଁ ସାମ୍ନା କରିବାକୁ ଥିବା ବିଫଳତାର ସ˚ଖ୍ୟାରୁ ଗୋଟିଏ କମିଗଲା। ତେଣୁ ମୁଁ ସଫଳତାର ପାଖାପାଖି ହେଲିଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe