ଥରେ ଜଣେ ହତାଶ ଯୁବକକୁ ୟୁଜିକେ କହିଥିଲେ ଏଇ କଥାଟି।
ୟୁଜିକେ କହିଲେ, ‘ଭାରତରେ ମୁଁ ଯେଉଁଠି ଜନ୍ମ ହୋଇଥିଲି, ସେଇ ଗାଁ ପାଖରେ ଥିଲା ଗୋଟିଏ ବଡ଼ ତୀଖ ପାହାଡ଼। ଥରେ, ଆମ ଗାଁର ଜଣେ ଯୁବକ ବିଭିନ୍ନ ପ୍ରକାର ବିଫଳତାରୁ ହତାଶ ହୋଇ ପଡ଼ିଲା। ତା’ର ବଞ୍ଚିବା ଲାଗି ଆଉ ଇଚ୍ଛା ରହିଲା ନାହିଁ। ତେଣୁ ସେ ସ୍ଥିର କଲା ଯେ ପାହାଡ଼ ଚୂଡ଼ାରୁ ଡେଇଁ ଆତ୍ମହତ୍ୟା କରିଦେବ। ଏହା ସ୍ଥିର କରି ସେ ଦିନେ ଅତି ଗୋପନରେ ପାହାଡ଼ ଚଢ଼ିବାକୁ ଲାଗିଲା। ସେ ଯେଉଁ ବାଟେ ପାହାଡ଼ ଚଢୁଥିଲା ତା’ରି କଡ଼େ କଡ଼େ ପାହାଡ଼ ଉପରକୁ ଚାଲିଥିଲା ପି˚ପୁଡ଼ିଙ୍କ ଗୋଟିଏ ଧାର।
ବଡ଼ କଷ୍ଟ କରି ପ୍ରାୟ ଦୁଇ ତିନି ଘଣ୍ଟା ପରିଶ୍ରମ ପରେ ଯୁବକ ପାହାଡ଼ର ଚୂଡ଼ାରେ ପହଞ୍ଚିଲା। ସେତିକି ବେଳକୁ ସେ କ୍ଳାନ୍ତ। କିନ୍ତୁ ତା’ ମନ ଭିତରେ ଆତ୍ମହତ୍ୟା କରିବାର ଇଚ୍ଛା ଏତେ ଦୃଢ଼ ହୋଇଯାଇଥାଏ ଯେ ସେ କାଳ ବିଳମ୍ବ ନ କରି ତଳକୁ ଡେଇଁବା ଲାଗି ପ୍ରସ୍ତୁତ ହେଲା। ସେଠାରୁ ସେ ଚାରି ଆଡ଼କୁ ଚାହିଁଲା। ଏଇ ସମୟରେ ହଠାତ୍ ତଳକୁ ଚାହିଁ ଦେଇ କିଛି ସମୟ ସ୍ଥିର ହୋଇ ଛିଡ଼ା ହୋଇଗଲା ଏବ˚ ବିସ୍ମୟକର ଭାବେ ତା’ର ଆତ୍ମହତ୍ୟା କରିବାର ଇଚ୍ଛା କେଉଁଆଡ଼େ ମିଳାଇ ଗଲା।
ସେ କ’ଣ ଦେଖିଲା ଜାଣିଛ? ସେ ତଳକୁ ଚାହିଁ ଦେଖିଲା ଯେ ତା’ ପାଦ ପାଖରେ ସେଇ ପି˚ପୁଡ଼ିର ଧାର। ସେ ଭାବିଲା ଏତେ କୁନି ପି˚ପୁଡ଼ିମାନେ ଯଦି ନିରବରେ ପାହାଡ଼ ଚଢ଼ି ଶିଖରକୁ ଆସି ପାରୁଛନ୍ତି ଏବଂ ଥକି ନାହାନ୍ତି; ସେମାନଙ୍କ େବଗ ପୂର୍ବବତ୍ ଅଛି; ସେମାନଙ୍କ ମନୋବଳ ଭାଙ୍ଗି ଯାଇନାହିଁ, ମୁଁ ଅବଶ ହୋଇପଡ଼ିଲି କାହିଁକି? ଜୀବନ ମୋତେ ଥକାଇ ଦେଲା କେମିତି?
ଏବେ ତା’ ମନରେ ନୂଆ ବଳ ସୃଷ୍ଟି ହୋଇଯାଇଥିଲା। ସେ ତଳକୁ ଓହ୍ଲାଇଲା। ତା’ ପରେ ସେ ଯେଉଁ କାମରେ ହାତ ଦେଲା, ସେଥିରେ ସଫଳ ହେଲା। ଲୋକେ ପଚାରିଲେ- ତୁମେ ଏତେ ସଫଳ ହେବାର ରହସ୍ୟ କ’ଣ?
ସେ କହୁଥିଲା- ସାଧାରଣ କଥା। ପିଂପୁଡ଼ି ଭଳି ଶେଷ ପର୍ଯ୍ୟନ୍ତ ଲାଗି ରହିବା। ତାହା ହେଲେ କେବଳ ସଫଳତା ହିଁ ମିଳିବ।
କଥାଟିଏ-ଯାଯାବର: ସଫଳତାର ରହସ୍ୟ
Advertisment
Follow Us