ଦୁଇ ‘ପାନ୍‌ଡେମିକ୍‌’ର ବିଜୟିନୀ

ଝରକା

ଦୁଇ ‘ପାନ୍‌ଡେମିକ୍‌’ର ବିଜୟିନୀ

The Hans India

‘କୋଭିଡ୍-୧୯’ର ମହାସଂକ୍ରମଣ କାଳରେ ସ୍ପେନ୍‌ର ମାଡ୍ରିଡ ସହରରୁ ଆସିଛି ଏହି ଅଲୌକିକ ସମ୍ବାଦ। ସ୍ପେନ୍‌ର ଏକ ଇଂରେଜୀ ଦୈନିକ ‘ଦ ଅଲିଭ ପ୍ରେସ୍‌’ ପକ୍ଷରୁ ପ୍ରକାଶିତ ଏକ ସମ୍ବାଦ କହିଛି ଯେ ଆନା ଡେଲ ଭାଲେ ନାମକ ଜଣେ ୧୦୭ ବର୍ଷ ବୟସ୍କା ମହିଳା କରୋନା ସଂକ୍ରମଣରୁ ମୁକ୍ତ ହୋଇ ସୁସ୍ଥ ହୋଇଛନ୍ତି। ଏହା ଯଦିଓ ଏକ ଅତ୍ୟନ୍ତ ବିରଳ ଖବର ଏବଂ ଏହା ତାଙ୍କୁ ସମ ବୟସୀ ଡଚ୍‌ ମହିଳା କର୍ନେଲିଆ ରାସଙ୍କ ସହିତ ଗୋଟିଏ ସମତଳରେ ଛିଡ଼ା କରାଇଥାଏ, କାରଣ ଏ ଦୁହେଁ ହେଉଛନ୍ତି କରୋନା ସଂକ୍ରମଣରୁ ଭଲ ହୋଇଥିବା ପୃଥିବୀର ସର୍ବାଧିକ ବୟସ୍କ ବ୍ୟକ୍ତି। କିନ୍ତୁ ଯାହା ଆନା ଡେଲ ଭାଲେଙ୍କୁ କର୍ନେଲିଆ ରାସଙ୍କ ତୁଳନାରେ ଅଧିକ ବିରଳ କରାଇଥାଏ, ତାହା ହେଲା ଆନା ଯେତେବେଳେ ପାଞ୍ଚ ବର୍ଷ ବୟସର ଥିଲେ, ସେତିକି ବେ‌େଳ ସେ ୧୯୧୮ ମସିହାରେ ହୋଇଥିବା ଭୟାବହ ‘ପାନ୍‌ଡେମିକ’ ‘ସ୍ପେନିସ୍‌ ଫ୍ଲୁ’ ଦ୍ବାରା ଆକ୍ରାନ୍ତ ହୋଇଥିଲେ ଏବଂ ତହିଁରୁ ମଧ୍ୟ ସୁସ୍ଥ ହୋଇଥିଲେ। ପ୍ରକାଶ ଥାଉ କି ‘ସ୍ପେନିସ୍‌ ଫ୍ଲୁ’ ଥିଲା କରୋନା ତୁଳନାରେ ଅନେକ ଗୁଣରେ ଅଧିକ ଘାତକ। ଏହି ଫ୍ଲୁରେ ପାଞ୍ଚ କୋଟି ଲୋକ ପ୍ରାଣ ହରାଇଥିଲେ। ସୁତରାଂ, ୧୦୨ ବର୍ଷ ଅନ୍ତରାଳ‌େର ହୋଇଥିବା ଦୁଇ ବିଶ୍ବ ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ଭାବେ ଆନା ହେଉଛନ୍ତି ଏକମାତ୍ର ପୃଥିବୀବାସୀ।

ଯେତେବେଳେ ସେ ‘ସ୍ପେନିସ୍‌ ଫ୍ଲୁ’ ଦ୍ବାରା ଆକ୍ରାନ୍ତ ହୋଇଥିଲେ ସେତିକି ବେଳେ ତାଙ୍କ ବୟସ ଥିଲା ଅତି କମ୍‌ ଏବଂ କରୋନା ଦ୍ବାରା ଆକ୍ରାନ୍ତ ହେବା ବେଳେ ସେ ଥିଲେ ମାତ୍ରାତିରିକ୍ତ ଭାବେ ଅଧିକ ବୟସ୍କା। ଉଭୟ ଅବସ୍ଥାରେ ରୋଗ ଦ୍ବାରା ସେ ପରାଜିତ ହେବାର ଆଶଙ୍କା ଅଧିକ ଥିଲା। କିନ୍ତୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ତାଙ୍କୁ ଦୁଇ ଥର ଯାକ ବିଜୟିନୀ କରି ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe